Report Card Odisha

| Daily Odia News

ସ୍କୁଲ ରୁ ପରିତ୍ୟକ୍ତ ଇଟା, ପଥର ହଟାଅ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟର ବିଭିନ୍ନ ସ୍ଥାନରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ନେଇ ଗୋଟିଏ ପରେ ଗୋଟିଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି। ସାପ କାମୁଡ଼ାରେ କେନ୍ଦୁଝର ଜିଲ୍ଲାରେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗାଇଡ୍‌ଲାଇନ୍‌ ଜାରି କରିଥିବା ବେଳେ ଗଣଶିକ୍ଷା ବିଭାଗ ମଧ୍ୟ ସଜାଗ ହୋଇଛି। ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ତୃଣମୂଳସ୍ତରର ଅଧିକାରୀମାନଙ୍କୁ କୁହାଯାଇଛି। ବିଦ୍ୟାଳୟ କ୍ୟାମ୍ପସକୁ ସଫା ରଖିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। କ୍ୟାମ୍ପସର କୌଣସି ପରିତ୍ୟକ୍ତ କିମ୍ବା ବ୍ୟବହାର ହେଉ ନ ଥିବା କୋଠରୀ ଏବଂ ଗଦା ହୋଇଥିବା ଇଟା, ପଥରକୁ ତୁରନ୍ତ ହଟାଇବାକୁ କୁହାଯାଇଛି। ଯଦ୍ବାରା କୌଣସି ହିଂସ୍ର ଜୀବଜନ୍ତୁ କିମ୍ବା ସରୀସୃପ ସେଠାରେ ରହି ପିଲାମାନଙ୍କ ପାଇଁ ବିପଦପୂର୍ଣ୍ଣ ହେବେ ନାହିଁ।

Breaking News