ରିପୋର୍ଟ କାର୍ଡ / ଟିଟିଲାଗଡ଼
ଅଢ଼େଇ ବର୍ଷର ଶିଶୁପୁତ୍ରକୁ ମା’ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁସାରେ, ଟିଟିଲାଗଡ଼ ସହର ପଦ୍ମନାଭପୁର ନିବାସୀ ଅକ୍ଷୟ ପୁଟେଲ ବରଗଡ଼ର ବଦ୍ରି ବାଗଙ୍କ ଝିଅ ମାନସୀଙ୍କୁ ପ୍ରେମବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ବିବାଦ ଯୋଗୁ ସ୍ୱାମୀ-ସ୍ତ୍ରୀ ଅଲଗା ହୋଇଯାଇଥିଲେ। ସେମାନଙ୍କ ଅଢ଼େଇବର୍ଷର ପୁଅ ବାପା ଅକ୍ଷୟଙ୍କ ସହ ରହୁଥିଲେ। ପୁଅକୁ ଦେଖିବାକୁ ମାନସୀ ମଝିରେ ମଝିରେ ଆସୁଥିଲେ। ୨୦ ଦିନ ତଳେ କୌଶଳକ୍ରମେ ମାନସୀ ପୁଅକୁ ସାଙ୍ଗରେ ନେଇଯାଇ କେସିଙ୍ଗାର ଜଣେ ମଧ୍ୟସ୍ଥି ଥବିର ସୁନାଙ୍କ ସହାୟତାରେ ଲାଞ୍ଜିଗଡ଼ ଲଙ୍ଗଳବେଡ଼ା ପଥରପଡ଼ା ଗାଁର କପିଳ ବାଗଙ୍କୁ ୧୦ ହଜାର ଟଙ୍କାରେ ଉକ୍ତ ଶିଶୁକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି।






More Stories
ଆଜିଠୁ ବିଧାନସଭା ବଜେଟ୍ ଅଧିବେଶ…..
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..