ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡଚ୍ ଉପକୂଳ ସାଗରରେ ନିଆଁ ଲାଗିଯାଇଥିବା ‘ଫ୍ରିମେଣ୍ଟଲ୍ ହାଇୱେ’ ନାମରେ ଗୋଟାଏ ଜାହାଜରେ ‘ମର୍ସିଡିଜ୍’, ‘ବିଏମ୍ଡବ୍ଲୁ’ ଭଳି କେତେକ ସୌଖୀନ୍ କାର୍ ସମେତ ପ୍ରାୟ ୩୦୦୦ କାର୍ ଥିବା କଥା ‘ବ୍ଲୁମ୍ବର୍ଗ’ ରିପୋର୍ଟ କରିଛି। ଜର୍ମାନିରୁ ଇଜିପ୍ଟ ଯାଉଥିବା ଉକ୍ତ ଜାହାଜରେ ସମୁଦାୟ ୨୧ଜଣ ଭାରତୀୟ କର୍ମଚାରୀ ଅଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ଜାହାଜରେ ରହିଛି ଜର୍ମାନ୍ କାର୍ ନିର୍ମାତା ‘ମର୍ସିଡିଜ୍ ବେଞ୍ଜ୍’ର ୩୦୦୦ କାର୍। ଏହାଛଡ଼ା, ‘ତୋୟୋତା ମୋଟୋର୍ କର୍ପ’, ‘ଷ୍ଟିଲାନିଟ୍ସ୍ ଏନ୍ଭି’, ‘ରିନଲ୍ଟ୍ ଏସ୍ଏ’, ‘ଫୋର୍ଡ ମୋଟୋର୍ କୋ’ ଏବଂ ‘ନିସାନ୍ ମୋଟୋର୍ କୋ’ ଘୋଷଣା କରିଛନ୍ତି ଯେ, ଜଳନ୍ତା ଜାହାଜରେ ସେମାନଙ୍କର କୌଣସି କାର୍ ନାହିଁ। ସେଥିରେ ତା’ର କୌଣସି କାର୍ ଅଛି କି, ନାହିଁ ‘ଫୋକ୍ସ୍ୱଗନ୍ ଏ.ଜି.’ ଅନୁସନ୍ଧାନ କରୁଥିବା ବେଳେ ‘ଟେସ୍ଲା’ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହିଁ। ଜୁଲାଇ ୨୫ ରାତିରେ ଜର୍ମାନ୍ ବନ୍ଦର ବ୍ରିମର୍ହାଭେନ୍ ଛାଡ଼ିବାର ଅଳ୍ପ ସମୟ ପରେ ସେ ଜାହାଜରେ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ କେତେକ ଉଦ୍ଧାରକାରୀ ଜାହାଜ ସହିତ ଡଚ୍ ତଟରକ୍ଷୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଥିଲେ ବି ନିଆଁ ଆହୁରି ଭୟଙ୍କର ହୋଇ ଜଳୁଛି। ଏହି ଅଘଟଣରେ ଜାହାଜର ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କେତେ ଜଣ ଆହତ ହୋଇଛନ୍ତି। ଜାପାନୀ କମ୍ପାନି ‘ଶୋଏଇ କିସେନ୍ କାଇଶା ଲିମିଟେଡ୍’ କମ୍ପାନି ମାଲିକାନାରେ ଏହି ଜାହାଜଟି ପରିଶେଷରେ ସିଙ୍ଗାପୁରକୁ ଯାଇଥାଆନ୍ତା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..