Report Card Odisha

| Daily Odia News

ଆସିଲା ଗୋପାଳର ପଲିଗ୍ରାଫ୍ ରିପୋର୍ଟ,ମିଳିଲା ନୂଆ ତଥ୍ୟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବହୁଚର୍ଚ୍ଚିତ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିଛି। ଏହି ରିପୋର୍ଟରେ ହତ୍ୟା ସଂପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମନୋଜ ବରିହା ନାମରେ ଜଣେ ବ୍ୟକ୍ତି ଗୋପାଳ ଦାସଙ୍କୁ କହିଥିଲେ ଯେ, ଦାଦା ତୁମ ଉପରେ ଖପ୍ପା ଅଛନ୍ତି। ଏହା ଶୁଣିବା ପରେ ମନ୍ତ୍ରୀଙ୍କ ଆଡୁ ଜୀବନପ୍ରତି ବିପଦ ଥିବା ଆଶଙ୍କାରେ ଗୋପାଳ ଦାସ ଚିନ୍ତାରେ ଥିଲା । ଏଥି ପାଇଁ ସେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଶପଥ ନେବା ସହିତ ଗତ ଜାନୁଆରି ୨୯ ତାରିଖରେ ଏହାକୁ କାର୍ଯ୍ୟକାରୀ କରିଥିଲା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପଲିଗ୍ରାଫ ଟେଷ୍ଟରେ ଗୋପାଳ ଦାସକୁ ମୋଟ ୨୬ଟି ପ୍ରଶ୍ନ ପଚରାଯାଇଥିଲା। ଏଥିରୁ ସେ ୧୩ଟି ପ୍ରଶ୍ନର ଉତ୍ତରରେ ‘ହଁ’ କହିଥିଲା ବେଳେ ବାକି ୧୩ଟି ପ୍ରଶ୍ନର ଉତ୍ତରରେ ‘ନା’ କହିଥିଲା। ମନ୍ତ୍ରୀ ନବ ଦାସ ତାଙ୍କ ପ୍ରତି ଖପ୍ପା ଥିବା ଖବର ପାଇ ଗୋପାଳ ଚିନ୍ତାରେ ଥିଲା। ମନ୍ତ୍ରୀଙ୍କ ଆଡୁ ଜୀବନପ୍ରତି ବିପଦ ଥିବା ଆଶଙ୍କା କରୁଥିଲା। ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ମୁଣ୍ଡନ ହୋଇ ମନ୍ଦିରରେ ଶପଥ ନେଇଥିଲା। ଗତ ଜାନୁଆରି ୨୯ ତାରିଖ ନବ ଦାସଙ୍କୁ ଗୋପାଳ ଗୁଳି କରି ହତ୍ୟା କରିଥିଲା। କିନ୍ତୁ ଏହା ପୂର୍ବରୁ ମଧ୍ୟ ସେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ୨ ଥର ଉଦ୍ୟମ କରି ବିଫଳ ହୋଇଥିଲା ବୋଲି ଜଣାପଡ଼ିଛି।

Breaking News