ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକର ଉଡୁପିସ୍ଥିତ ଏକ ଘରୋଇ ତାଲିମ ମହାବିଦ୍ୟାଳୟ ପରିସ୍ରାଗାର ମାମଲା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିଜେପି ନେତ୍ରୀ ଶକୁନ୍ତଳା ଗିରଫ ହୋଇଛନ୍ତି। ମହାବିଦ୍ୟାଳୟର ତିନି ଛାତ୍ରୀଙ୍କ ନାମରେ ପରିସ୍ରାଗାର ଭିତର ଦୃଶ୍ୟ ଲୁଚିଲୁଚି ମୋବାଇଲ ଫୋନ୍ରେ ରେକର୍ଡ କରିବା ଅଭିଯୋଗ ହୋଇଥିଲା। ସେମାନଙ୍କୁ ମହାବିଦ୍ୟାଳୟରୁ ନିଲମ୍ବିତ କରାଯାଇଛି। ଏହି ମାମଲାରେ ସାମାଜିକ ଗଣମାଧ୍ୟମରେ ଶକୁନ୍ତଳା ମତ ରଖିଥିଲେ ଯେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପତ୍ନୀ କିମ୍ବା ବୋହୂଙ୍କ କ୍ଷେତ୍ରରେ ଏଭଳି ହୋଇଥିଲେ କଂଗ୍ରେସ କର୍ମୀ କି ମନ୍ତବ୍ୟ ଦେଇଥାନ୍ତେ | ଏ ନେଇ ତାଙ୍କ ନାମରେ ଏତଲା ଦାୟର ହୋଇଥିଲା। ଛୋଟ ମାମଲାକୁ ବିଜେପି ରାଜନୈତିକ ରୂପ ଦେଉଥିବା କଂଗ୍ରେସ ଅଭିଯୋଗ କରିଛି।





More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….