ରିପୋର୍ଟ କାର୍ଡ / କଟକ
କୁଖ୍ୟାତ ଲୁଟେରା ହେମନ୍ତ ଦାସ ଗିରଫ ହୋଇଛନ୍ତି | ବାଦାମବାଡି ଅଞ୍ଚଳରେ ଥିବା ଏକ ଔଷଧ ଦୋକାନରୁ ଚୋରି କରିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି | ହେମନ୍ତ ନାଁରେ କେବଳ ରାଜ୍ୟରେ ୧୦୦ରୁ ଅଧିକ ମାମଲା ରହିଛି। ସେ ଵିଭିନ୍ନ ରାଜ୍ୟରେ ମଧ୍ୟ ଚୋରି କରିଛି। ତା’ ନାଁରେ ସାରା ଦେଶରେ ୫୦୦ରୁ ଅଧିକ ଚୋରି, ଡକାୟତି ଓ ଲୁଟ ଭଳି ମାମଲା ରହିଛି। ସେ ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା ଓ ଦିଲ୍ଲୀ ଆଦି ସ୍ଥାନରେ ଚୋରି କରିଛନ୍ତି । ହେମନ୍ତର ଘର ଭୁବନେଶ୍ୱରର ଲିଙ୍ଗରାଜ ଥାନା ହାଟସାହି ଅଞ୍ଚଳରେ। ସେ ପୂର୍ବରୁ ମଧ୍ୟ ବାଦାମବାଡ଼ି ପୋଲିସ ଦ୍ୱାରା ଗିରଫ ହୋଇଥିଲା।






More Stories
ଡାକ୍ତର ଆନ୍ଦୋଳନ ସ୍ଥଗିତ…..
ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ……