Report Card Odisha

| Daily Odia News

ଇସ୍ରୋ କୁ ଆଉ ଏକ ସଫଳତା,ମହାକାଶକୁ ପଠାଇଲା ୭ ଉପଗ୍ରହ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚନ୍ଦ୍ରଯାନର ୩ ଉତକ୍ଷେପଣ ସଫଳ ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ୭ଟି ଉପଗ୍ରହ ମହାକାଶକୁ ସଫଳ ଉତକ୍ଷେପଣ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଏକାଥରେ ୭ଟି ସାଟେଲାଇଟର ଉତକ୍ଷେପଣ କରାଯାଇଛି। ପିଏସଏଲଭି ସି-୫୬ ରକେଟ ସାହାଯ୍ୟରେ ୩୬୦ କିଲୋଗ୍ରାମ ଓଜନର ୭ଟି ଉପଗ୍ରହକୁ ମହାକାଶକୁ ପଠାଯାଇଛି। ସିଙ୍ଗାପୁରର ଏହି ୭ଟି ଡ଼ିଏସ-ସାର ଉପଗ୍ରହ ସାହାଯ୍ୟରେ ପୃଥିବୀର ବିଭିନ୍ନ ଭାଗର ଛବି ଉତ୍ତୋଳନ କରାଯାଇ ପାରିବ। ସିଙ୍ଗାପୁର ସରକାରଙ୍କ ଡ଼ିଏସଟିଏ ଏବଂ ଏସଟି ଇଂଜିନିୟରିଂ ପକ୍ଷରୁ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରାଯାଇଛି। ବ୍ୟାବସାୟିକ ଭିତ୍ତିରେ ଇସ୍ରୋ ପକ୍ଷରୁ ପଠାଯାଇଥିବା ୭ଟି ଉପଗ୍ରହ ସହ ସିଙ୍ଗାପୁରର ଆଉ ୬ଟି କ୍ଷୁଦ୍ର ସହଯୋଗୀ ଉପଗ୍ରହ ମଧ୍ୟ ଉତକ୍ଷେପଣ କରାଯାଇଛି। ସେଗୁଡିକ ହେଉଛି ଭେଲକ୍ସ – ଏଏମ, ଅର୍କେଡ଼, ସ୍କୁବ – ୨, ନ୍ୟୂଲିଅନ, ଗାଲାସିଆ – ୨ ଓ ଓଆରବି – ୧୨ ଉପଗ୍ରହ।

 

Breaking News