Report Card Odisha

| Daily Odia News

ଭୟଙ୍କର ବିସ୍ଫୋରଣ ଘଟି ୪୪ ମୃତ, ୧୦୦ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୪୪ ମୃତ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି | ଖାଇବର ପକଟୁଙ୍ଖୱା ପ୍ରୋଭିନ୍ସର ବଜଉର ଖାର୍‌ରେ ଏହି ବିସ୍ଫୋରଣ ହୋଇଛି। ପାକିସ୍ତାନର ରାଜନୈତିକ ଦଳ ଜବ ଜମିୟତ ୟୁଲେମା ଇସ୍‌ଲାମ୍‌-ଫଜଲ୍(ଜେୟୁଆଇ-ଏଫ୍) ପକ୍ଷରୁ ଖାଇବର ପକଟୁଙ୍ଖୱା ପ୍ରୋଭିନ୍ସର ବଜଉର ଖାର୍‌ରେ ଏକ ରାଲି ଚାଲିଥିଲା ବେଳେ ଏହି ବିସ୍ଫୋରଣ ହୋଇଛି| ବିସ୍ଫୋରଣରେ ଏହି ଦଳର ଆଗଧାଡ଼ିର ନେତା ମୌଲାନା ଜିଆଉଲ୍ଲାହ ଜାନ୍‌ଙ୍କ ମୃତ୍ୟୁ ହୋଇଛି। ଆହତଙ୍କୁ ପେଶାଓୱାର ଓ ଟିମରଗେରାରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣରେ ଦଳର ବହୁ କର୍ମୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ସବୁସ୍ତରରେ ନିନ୍ଦା କରାଯାଇଛି। ବିସ୍ଫୋରଣ ପରେ ରାଲିରେ ଆତଙ୍କ ଖେଳି ଯାଇଥିଲେ। ଲୋକେ ଜୀବନ ରକ୍ଷା କରିବାକୁ ଯିଏ ଯେଉଁଆଡେ ପାରିଲେ ଦୌଡ଼ିଥିଲେ। ଏହି ଘଟଣାରେ ମୃତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଥିବା ସୂଚନା ମିଳିଛି।

Breaking News