ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ପୃଥିବୀ କକ୍ଷପଥକୁ ଛାଡ଼ି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଜୁଲାଇ ୧୪ରେ ଉତକ୍ଷେପଣ ପରଠୁ ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରୁଥିବା ଚନ୍ଦ୍ରୟାନର ସଫଳ ହୋଇଛି ଟ୍ରାନ୍ସ ଲୁନାର ଇଞ୍ଜେକ୍ସନ ପ୍ରକ୍ରିୟା ବା-TLI । ଗତରାତି ୧୨ଟାରୁ ୧ଟା ମଧ୍ୟରେ ଏହି ପ୍ରକ୍ରିୟାକୁ ସୁଚାରୁ ରୂପେ ସଂପାଦନ କରିଥିଲା ଇସ୍ରୋ। ଏଥିପାଇଁ ୨୮ରୁ ୩୦ମିନିଟ୍ ପାଇଁ ଚନ୍ଦ୍ରୟାନ-୩ରେ ଥିବା ପ୍ରପଲ୍ସନ ମଡ୍ୟୁଲର ଥ୍ରଷ୍ଟରକୁ ସକ୍ରିୟ କରାଯାଇଥିଲା। ଯାହା ଫଳରେ ଗତିପଥର ଦିଗ ପରିବର୍ତ୍ତନ ଘଟି ଏହା ଚନ୍ଦ୍ର ଅଭିମୁଖେ ଆଗେଇଛି। ପୂର୍ବରୁ ସ୍ପେଶକ୍ରାଫ୍ଟର ବେଗ ସେକେଣ୍ଡ ପ୍ରତି ୧୦.୩ କିଲୋମିଟର ଥିବା ବେଳେ, ଥ୍ରଷ୍ଟର ସକ୍ରିୟ ହେବା ପରେ ଏହାର ବେଗ ସେକେଣ୍ଡ ପ୍ରତି ଆଉ ୫ଶହ ମିଟର ବଢ଼ିଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..