Report Card Odisha

| Daily Odia News

ସିନେମାଟୋଗ୍ରାଫ୍ ସଂଶୋଧନ ବିଲ୍ ପାରିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସିନେମାଟୋଗ୍ରାଫ୍ ବିଲ୍ ୨୦୨୩ ଲୋକସଭାରୁ ମଞ୍ଜୁରି ପାଇବା ପରେ ସୋମବାର ସଂସଦରେ ପାରିତ ହୋଇଛି । ୨୦ ଜୁଲାଇ ୨୦୨୩ ରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯାଇଥିଲା ଏବଂ ୨୭ ଜୁଲାଇରେ ଆଲୋଚନା ପରେ ପାରିତ ହୋଇଥିଲା । ୧୯୫୨ ମସିହାରେ ତିଆରି ହୋଇଥିବା ଏହି ଐତିହାସିକ ବିଲ୍ ୪୦ ବର୍ଷ ପରେ ସଂସଦରେ ସିନେମାଟୋଗ୍ରାଫ ସଂଶୋଧନ ବିଲ୍ ଭାବେ ପାରିତ ହୋଇଛି ଏବଂ ଶେଷଥର ପାଇଁ ୧୯୮୪ ରେ ସିନେମାଟୋଗ୍ରାଫ ଆଇନରେ ସଂଶୋଧନ କରାଯାଇଥିଲା । ଏହି ଆଇନର ଲକ୍ଷ୍ୟ ହେଉଛି ପାଇରାସି ବିପଦ ଦ୍ୱାରା ଚଳଚ୍ଚିତ୍ର ଶିଳ୍ପରେ ହେଉଥିବା ୨୦,୦୦୦ କୋଟି ଟଙ୍କାର କ୍ଷତିକୁ ରୋକିବା। ର୍ନିଦ୍ଦିଷ୍ଟ ଆକଳନକୁ ଆଧାର କରି ଏହି ବ୍ୟବସ୍ଥାରେ ସର୍ବନିମ୍ନ ୩ ମାସ ଜେଲ ଦଣ୍ଡ ଏବଂ ୩ଲକ୍ଷ ଟଙ୍କା ଜରିମାନା ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଅଡିଟ୍ ହୋଇଥିବା ମୋଟ ଚଳଚ୍ଚିତ୍ର ପ୍ରସ୍ତୁତି ମୂଲ୍ୟର ୫% ପର୍ଯ୍ୟନ୍ତ ଜରିମାନା ବୃଦ୍ଧି କରାଯାଇପାରେ। ସିନେମାଟୋଗ୍ରାଫ୍ (ସଂଶୋଧନ) ବିଲ୍, ୨୦୨୩ ଯେତେବେଳେ ଲୋକସଭାରେ ବିଚାର ଏବଂ ପାରିତ ପାଇଁ ନିଆଯାଇଥିଲା ସେତେବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି, ଭାରତ କାହାଣୀକାର ଦେଶ ଭାବରେ ଜଣାଶୁଣା ଯାହା ଆମର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ଉତ୍ତରାଧିକାରୀ ଏବଂ ବିବିଧତାକୁ ଦର୍ଶାଏ । ଆଗାମୀ ୩ ବର୍ଷରେ ଆମର ଚଳଚ୍ଚିତ୍ର ଶିଳ୍ପ ୧୦୦ ବିଲିୟନ ଡଲାରକୁ ବୃଦ୍ଧି ପାଇବ, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବ । ବଦଳୁଥିବା ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ପାଇରାସି ବିରୋଧରେ ଲଢ଼ିବା ଏବଂ ଚଳଚ୍ଚିତ୍ର ଶିଳ୍ପକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଏହି ବିଲ୍ ଆଣିଛୁ । ଏହି ସଂଶୋଧନଗୁଡ଼ିକ ‘ପାଇରାସି’ ବିପଦକୁ ବ୍ୟାପକ ଭାବରେ ରୋକିବ ଯାହା ଦ୍ୱାରା ଚଳଚ୍ଚିତ୍ର ଶିଳ୍ପର ୨୦,୦୦୦ କୋଟି ଟଙ୍କାର କ୍ଷତି ହେଉଛି । ଶ୍ରୀ ଠାକୁର ଆହୁରି ମଧ୍ୟ କହିଛନ୍ତି, ସରକାର ପ୍ରତି ୧୦ ବର୍ଷରେ ଚଳଚ୍ଚିତ୍ରର ଲାଇସେନ୍ସର ନବୀକରଣ କରିବାର ଆବଶ୍ୟକତାକୁ ଦୂର କରିଦେଇଛନ୍ତି ଏବଂ ଏହାକୁ ଆଜୀବନ ବୈଧ କରିଛନ୍ତି । ବର୍ତ୍ତମାନ, ନବୀକରଣ ପାଇଁ ସରକାରୀ କାର୍ଯ୍ୟାଳୟକୁ ‌‌ଦୌଡ଼ିବାର କୌଣସି ଆବଶ୍ୟକତା ନାହିଁ । କେ.ଏମ.ଶଙ୍କରପ୍ପା ବନାମ ଭାରତ ସରକାରଙ୍କ ମାମଲାରେ ଦିଆଯାଇଥିବା ରାୟକୁ ଦୃଷ୍ଟିରେ ରଖି ସରକାର ନିଜକୁ ସଂଶୋଧନ କ୍ଷମତାରୁ ଦୂରେଇ ରଖିଛନ୍ତି ଏବଂ ବର୍ତ୍ତମାନ ସ୍ୱୟଂଶାସିତ ସିବିଏଫସିକୁ ଏହାର ଦେଖାଶୁଣା କରିବାର ପୂର୍ଣ୍ଣ ଅଧିକାର ଦିଆଯାଇଛି।

Breaking News