ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିଆଣାର ମେୱାତ ଜିଲ୍ଲାର ନନ୍ଦ ଗ୍ରାମ ଠାରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ମାତୃ ଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ବାହାରିଥିବା ବ୍ରଜମଣ୍ଡଳ ଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସଂଘର୍ଷ ରୋକିବାକୁ ଚେଷ୍ଟା କରିବାବେଳେ ପୁଲିସ ଉପରେ ମଧ୍ୟ ଟେକାମାଡ଼ ହୋଇଛି। ମୃତ୍ୟୁବରଣ କରିଥିବା ୩ ଜଣେ ହୋମ ଗାର୍ଡ଼ ବୋଲି ସୂଚନା ମିଳିଛି। ଏଥିରେ ୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଆହତଙ୍କ ଭିତରେ ୧୦ ଜଣ ପୁଲିସ କର୍ମଚାରୀ ଅଛନ୍ତି । ସତର୍କତାମୂଳକ ପଦକ୍ଷେପ ଭାବରେ ଗୁରୁଗ୍ରାମ, ଫରିଦାବାଦ ଏବଂ ପାଲୱାଲ ଜିଲାର ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି(ମଙ୍ଗଳବାର) ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..