ରିପୋର୍ଟ କାର୍ଡ / ପୁରୀ
ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଥିବା ବିବାଦର ଅନ୍ତ ହୋଇଛି। ଆସନ୍ତା ୯ ତାରିଖରେ ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି। ଏନେଇ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଶେଷ ନୀତି ନଥିବାରୁ ଆସନ୍ତାକାଲି ହେବନି ବନକଲାଗି ନୀତି। ଆସନ୍ତା ୯ ବୁଧବାରରେ ବନକଲାଗି ହେବା ନେଇ ନିଷ୍ପତ୍ତି ହୋଇଛି। ସୂଚନା ଯୋଗ୍ୟ,, ବନକଲାଗି ନୀତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଥିଲା। ନୀଳାଦ୍ରି ବିଜେକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ମହାପ୍ରଭୁଙ୍କ ବନକଲାଗି ହୋଇପାରିନଥିଲା। ବୁଧବାର ବନକଲାଗି ଶାସ୍ତ୍ରସମତ ଦର୍ଶାଇ ପ୍ରଶାସନ ସେହି ବାରରେ କରିବାକୁ ଚାହୁଁଥିବା ବେଳେ ଦତ୍ତ ମହାପାତ୍ର ସେବକ ଗୁରୁବାର ବନକଲାଗି ନୀତି କରିବାକୁ ଜିଦ୍ ଧରିଥିଲେ। ହେଲେ ପ୍ରଶାସନର ନିଷ୍ପତ୍ତି ନମାନିବା ଯୋଗୁ ଏପର୍ଯ୍ୟନ୍ତ ବନକଲାଗି ନୀତି ହୋଇପାରିନଥିଲା।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..