ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ଥାନେରେ ଆଜି ଏକ ବଡ ଦୁର୍ଘଟଣା ହୋଇଛି | ବ୍ରିଜ ନିର୍ମାଣ ସମୟରେ କ୍ରେନ ଏବଂ ସ୍ଲାବ ଖସିପଡ଼ିବାରୁ ଦୁର୍ଘଟଣା ଘଟି ୧୭ ଜଣଙ୍କର ମୃତ୍ୟୁ ଘଟିଛି | ମହାରାଷ୍ଟ୍ର ଥାନେର ଶାହପୁର ନିକଟରେ ଏକ ଗର୍ଡର ଲଞ୍ଚିଂ ମେସିନ୍ ଖସିପଡିବା ପରେ ଏହା ତଳେ ଚାପି ହୋଇ କାମ କରୁଥିବା ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି | ସୂଚନା ଅନୁଯାୟୀ, ସମୃଦ୍ଧି ଏକ୍ସପ୍ରେସ ରାଜପଥରେ ଏହି ମେସିନ୍ ବ୍ୟବହାର କରାଯାଉଥିଲା। ଏହି ଦୁର୍ଘଟଣାରେ ବହୁତ ଲୋକ ଆହତ ହୋଇଥିବାର ମଧ୍ୟ ସୂଚନା ରହିଛି। ଅନେକ ଲୋକ ଏବେ ମଧ୍ୟ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି | ଘଟଣାସ୍ଥଳରେ ଏନଡିଆରଏଫ ପହଞ୍ଚିଥିବାବେଳେ ସୂଚନା ଦେଇ କହିଛି ଯେ ଥାନେ ଜିଲ୍ଲାର ଶାହପୁର ତହସିଲର ଏକ ବ୍ରିଜ ନିର୍ମାଣବେଳେ ଗାର୍ଡର୍ ମେସିନକୁ ସଂଯୋଗ କରୁଥିବା କ୍ରେନ୍ ଏବଂ ସ୍ଲାବ୍ ୧୦୦ ଫୁଟ ଉଚ୍ଚତାରୁ ଖସିପଡିଥିଲା | ସ୍ଲାବ ଉପରେ କ୍ରେନ୍ ଖସିପଡିବାରୁ ଉଭୟ ସ୍ଲାବ ଓ କ୍ରେନ ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ପଡିଯାଇଥିଲା | ବର୍ତ୍ତମାନ ଦୁଇଟି ଏନଡିଆରଏଫ୍ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ଉଲ୍ଲେଖ ଥାଉ କି ବାଲାସାହେବ ଠାକରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ନାମରେ ନାମିତ ସମୃଦ୍ଧି ମହାମାର୍ଗ, ମୁମ୍ବାଇ ଏବଂ ନାଗପୁରକୁ ସଂଯୋଗ କରୁଥିବା ୭୦୧ କିଲୋମିଟର ଲମ୍ବା ଏକ୍ସପ୍ରେସୱେର ନିର୍ମାଣବେଳେ ଏହି ଅଘଟଣ ଘଟିଛି |






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..