ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଲଗାଣ ବର୍ଷାର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଅନୁଗୁଳ, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, ଯାଜପୁର, କନ୍ଧମାଳ, କେଉଁଝର, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାକୁ ସତର୍କ କରାଯାଇଛି। ବର୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଯେଉଁ ସ୍ଥାନର ପାଣି ଜମିବାର ଆଶଙ୍କା ରହିଛି ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ ରଖିବାକୁ କୁହାଯାଇଛି। ବର୍ଷା ଜଳ ନିଷ୍କାସନ ଓ ଉପୁଡ଼ିଥିବ ଗଛ ସଫା ପାଇଁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବେ। ଅତ୍ୟଧିକ ବର୍ଷା ହେଲେ ଆବଶ୍ୟକ ସ୍ଥଳେ ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ବୌଦ୍ଧ,ମୟୂରଭଞ୍ଜ, ସୁବର୍ଣ୍ଣପୁର, ଅନୁଗୁଳ, ବଲାଙ୍ଗୀର,କନ୍ଧମାଳ, ସମ୍ୱଲପୁର, ଯାଜପୁର ଓ ଭଦ୍ରକ ରେ ଅଗ୍ନିଶମ ବାହିନୀ ଓ ଜରୁରୀ କାଳୀନ ସେବା କର୍ମଚାରୀଙ୍କୁ ମୁତୟନ ପାଇଁ କୁହାଯାଇଛି। ଆଗାମୀ ଦୁଇ ଦିନ ଅଧିକରୁ ଅଧିକ ବର୍ଷା ଆଶଙ୍କା ଥିବାରୁ କେଉଁଝର ଓ ସମ୍ୱଲପୁରରେ ଓଡରାଫ ଟିମ ଓ ଭଦ୍ରକ ଓ ଯାଜପୁରରେ ଏନଡିଆର ଏଫ୍ ଟିମ ମୁତୟନ ପାଇଁ ପରାମର୍ଶ ଦିଆଯାଇଛି। ସମସ୍ତ ନଦୀ ଓ ଜଳଭଣ୍ଡାର ସ୍ଥିତି ସମୀକ୍ଷା କରାଯାଇ ପ୍ରଶାସନକୁ ଆଲର୍ଟ ରହିବାକୁ କୁହାଯାଇଛି। ୨୪ ଘଣ୍ଟାରେ ରାଜ୍ୟରେ ୮୩.୮୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବୌଦ୍ଧ ବ୍ଲକରେ ସର୍ବାଧିକ ୩୯୦.୬ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି।






More Stories
୮ରେ ସୁଭଦ୍ରା କିସ୍ତି…..
ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା…..
ଆଜିଠୁ ବିଧାନସଭା ବଜେଟ୍ ଅଧିବେଶ…..