Report Card Odisha

| Daily Odia News

ଅବସର ନେଲେ ସତ୍ୟଜିତ୍ ମହାନ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ପଦବୀରୁ ଆଇଏଏସ୍ ସତ୍ୟଜିତ୍ ମହାନ୍ତି ଅବସର ନେଇଛନ୍ତି । ଓପିଏସସି ସଦସ୍ୟ ସନତ କୁମାର ମହାନ୍ତିଙ୍କୁ ଆୟୋଗର ଇନଚାର୍ଜ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯିଆଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓପିଏସସି ସଦସ୍ୟ ସନତ କୁମାର ମହାନ୍ତି ଆଜିଠାରୁ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱରେ ରହିବେ । ଏବେ ଆୟୋଗରେ ସନତ ମହାନ୍ତିଙ୍କ ସମେତ ଅନ୍ୟ ୪ଜଣ ସଦସ୍ୟ – ଡଃ ସରିତା ସୁପକାର, ଶ୍ୟାମଭକ୍ତ ମିଶ୍ର, ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ଗୌରାଙ୍ଗ ଚରଣ ସାହୁ କାର୍ଯ୍ୟ କରୁଛନ୍ତି । ଉଲ୍ଲେଖ ଯୋଗ୍ୟ-  ଓପିଏସସି ଅଧ୍ୟକ୍ଷ ପଦରୁ ଅବସର ନେଇଥିବା ଅବସରପ୍ରାପ୍ତ ଆଇପିଏସ୍ ସତ୍ୟଜିତ୍ ମହାନ୍ତି ୨୦୨୧ ମାର୍ଚ୍ଚ ୧ ତାରିଖରେ ଆୟୋଗର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ ।

Breaking News