ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ଦୁଇ ମାସ ଭିତରେ ଓଡ଼ିଶା ମାନବାଧିକାର କମିସନରେ ଖାଲି ପଡିଥିବା ସଦସ୍ୟ ପଦ ପୂରଣ ହେବ। ଏସଂକ୍ରାନ୍ତ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ବିଧିସମ୍ମତ କମିସନରେ ଖାଲି ପଡିଥିବା ପଦବି ଯଥାଶୀଘ୍ର ପୂରଣ କରାଯିବା ଉଚିତ। ଆଜି ଠାରୁ ଦୁଇ ମାସ ଭିତରେ ମାନବାଧିକାର କମିସନ ସଦସ୍ୟ ପଦ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ନିର୍ଦ୍ଦେଶ ଦେବା ସହ ହାଇକୋର୍ଟ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ବିବରଣୀରୁ ପ୍ରକାଶ ଯେ ମାନବାଧିକାର କମିସନ ସଦସ୍ୟ ଜଷ୍ଟିସ ରଘୁବୀର ଦାଶ ଇସ୍ତଫା ଦେବା ପରେ ୨୦୨୩ ଫେବ୍ରୁଆରି ୯ରୁ ଏହି ପଦବି ଖାଲି ପଡିଛି। ଉଲ୍ଲେଖ ଯୋଗ୍ୟ- ବିବରଣୀରୁ ପ୍ରକାଶ ଯେ ମାନବାଧିକାର କମିସନ ସଦସ୍ୟ ଜଷ୍ଟିସ ରଘୁବୀର ଦାଶ ଇସ୍ତଫା ଦେବା ପରେ ୨୦୨୩ ଫେବ୍ରୁଆରି ୯ରୁ ଏହି ପଦବି ଖାଲି ପଡିଛି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..