Report Card Odisha

| Daily Odia News

ସୁବ୍ରତ ବାଗ୍‌ଚୀଙ୍କୁ ନୂଆ ଦାୟିତ୍ବ …..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟ ସରକାରଙ୍କ ପକ୍ଷରୁ ସୁବ୍ରତ ବାଗ୍‌ଚୀଙ୍କୁ ନୂଆ ଦାୟିତ୍ବ ସହ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଅନୁଷ୍ଠାନର ଦକ୍ଷତା ବିକାଶ ମୁଖ୍ୟ ଉପଦେଷ୍ଟା ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦେଇଛନ୍ତି। ସିଭିଲ ସର୍ଭିସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ ଦକ୍ଷତା ବୃଦ୍ଧି ପାଇଁ ଶ୍ରୀ ବାଗ୍‌ଚୀ କାର୍ଯ୍ୟ କରିବେ ବୋଲି ସୂଚନା ଦିଆଯାଇଛି। ନୂତନ ଭୂମିକାରେ ସେ ସିଭିଲ ସର୍ଭିସ ଟ୍ରେନିଂ ଇନଷ୍ଟିଚ୍ୟୁସନ ପାଇଁ ଏକ ଭବିଷ୍ୟ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବେ ଏବଂ ସେମାନଙ୍କୁ ବିଶ୍ୱର ଶ୍ରେଷ୍ଠ ସହ ସମକକ୍ଷ କରିବାରେ ସାହାଯ୍ୟ କରିବେ। ରାଜ୍ୟର ଉଭୟ ପ୍ରବେଶ ସ୍ତରୀୟ ଏବଂ ସେବାରତ ପ୍ରଶାସନିକ ଅଧିକାରୀଙ୍କ ପାଇଁ ନେତୃତ୍ୱ କ୍ଷମତା ନିର୍ମାଣ ପାଇଁ ସେ ଏହି ଅନୁଷ୍ଠାନଗୁଡ଼ିକୁ ଏକ ଏକୀକୃତ ଦିଶା ପ୍ରଦାନ କରିବେ।

Breaking News