Report Card Odisha

| Daily Odia News

ନୂଆ ଓଡ଼ିଶା ଗଠନ ଦିଗରେ ଆମେ ଆଗେଇ ଚାଲିଛୁ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜି କେନ୍ଦ୍ର ସ୍ବରାଷ୍ଟ୍ର ଓ ସହକାରୀତା ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମାକ୍ଷାନଗର-ଡୁବୁରୀ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ-୫୩ ଓ ମୋଟେର- ବାନେର ଲଡ଼ୁଗାଁ ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଲୋକସଭା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ରାସ୍ତା ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମେ ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରୁଛୁ। କେନ୍ଦ୍ର ସରକାରଙ୍କ ସହଯୋଗରେ ବିକାଶର ଧାରା ଆଗକୁ ନେଉଛୁ। ସବୁ ପାରାମିଟରରେ ଓଡ଼ିଶା ଅନେକ ଆଗକୁ ଯାଇଛି। ନୂଆ ଓଡ଼ିଶା ଗଠନ ଦିଗରେ ଆମେ ଆଗେଇ ଚାଲିଛୁ। ଯୋଗାଯୋଗ ଆମ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରେ। ଗୁରୁପ୍ରିୟା ସେତୁ, ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବାକୁ ବିଜୁ ଏକ୍ସପ୍ରେସ ଯୋଗାଯୋଗ କ୍ଷେତ୍ରରେ ଅନେକ ଅବଦାନ ରହିଛି। ପୂର୍ତ୍ତ ବିଭାଗରେ ଆମ ସରକାରଙ୍କ ବଜେଟ ୯୮ ପ୍ରତିଶତ ବଢିଛି। ୨୦୦୦ ମସିହାରେ ୨୮୦ କୋଟି ବଜେଟ ଥିବା ବେଳେ ଏଥର ଏହା ୫୦ ହଜାର କୋଟିରେ ପହଞ୍ଚିଛି। ଏହି ବର୍ଷ ଆମେ ୬୫୦୦ କିଲୋମିଟର ରାସ୍ତାର ମରାମତି ଓ ୩୦୦ ନୂଆ ପୋଲ କରିବାକୁ ଲକ୍ଷ୍ୟ ରଖିଛୁ। କିଛି ବର୍ଷ ଭିତରେ ଜୟପୁର ଓ ଉତକେଲାରେ ଦୁଇଟି ବିମାନବନ୍ଦର କାମ ସାରିଛୁ ଏବଂ ମାଲକାନଗିରିରେ ଗ୍ରିନ ଫିଲଡ ବିମାନବନ୍ଦର କାମ ଚାଲିଛି।

 

Breaking News