ରିପୋର୍ଟ କାର୍ଡ / କନ୍ଧମାଳ
ପୋଲିସ ପ୍ରତି ଲୋକଙ୍କ ଆକ୍ରୋଶ ଏବେ ନିଆଁ ରୂପ ନେଇଛି | ଉତ୍ୟକ୍ତ ଲୋକେ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି । ତେବେ ପୋଲିସ ଉପରେ ଏକ ସଂଘାତିକ ଅଭିଯୋଗ ଆଣି ଏଭଳି କାଣ୍ଡ ଘଟାଇଛନ୍ତି ସ୍ଥାନୀୟ ଲୋକେ । ଗଞ୍ଜେଇ ଚାଲାଣରେ ଥାନା କର୍ମଚାରୀ ଲିପ୍ତ ଥିବା ଅଭିଯୋଗ କରି ଉତ୍ତେଜିତ ଲୋକମାନେ ଥାନାରେ ନିଆଁ ଲଗାଇ ଦେଇଛନ୍ତି । ଥାନାର ଆଇଆଇସି ଏବଂ ତାଙ୍କର ୨ ସହଯୋଗୀଙ୍କ ବିରୋଧରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଉଲ୍ଲେଖ ଯୋଗ୍ୟ- ଗତ ୩ ତାରିଖରେ ଥାନା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରା ପଡ଼ିଥିଲା । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏ ମାମଲା ନେଇ କନ୍ଧମାଳ ଏସପିଙ୍କୁ ଫେରାଦ ହୋଇଥିଲେ ସ୍ଥାନୀୟ ଲୋକେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଉତ୍ତେଜନା ବୃଦ୍ଧି ପାଇଛି ।






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..