ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ରବିବାର ମଧ୍ୟମଫଳ ପ୍ରାପ୍ତ କରିବେ। ସୋମବାର ଓ ମଙ୍ଗଳବାର କର୍ମ ଅନୁରାଗୀ ହେବେ। ଦୂରଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ନୂତନ ନିଯୁକ୍ତି ମିଳିବାର ସମ୍ଭାବନା ଅଛି। ଆୟ ବୃଦ୍ଧିହେବ। ଶୁକ୍ରବାର ଓ ଶନିବାର ମାନସିକ ଅବସାଦ ଦେଖାଦେବ। ବ୍ୟୟ ଅଧିକ ରହିବ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁ।
ବୃଷ: ରବିବାର ମାନସିକ ଅବସାଦ ଦେଖାଦେବ। ସୋମବାର ଓ ମଙ୍ଗଳବାର ପରୋପକାରୀ ହେବେ। ପାରିବାରିକ ଶାନ୍ତି ଲାଭ ହେବ। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।
ମିଥୁନ: ରବିବାର ପ୍ରେମରେ ସଫଳତା ଲାଭ କରିବେ। ସୋମବାର ଓ ମଙ୍ଗଳବାର ହାତେ ମାପି ଚାଖଣ୍ଡେ ଚାଲିବା ଭଲ। ବୁଧବାର ଓ ଗୁରୁବାର ମଧ୍ୟମଫଳ ପ୍ରାପ୍ତ ହେବ। ଦୂରଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଆପଣଙ୍କୁ ସଫଳତା ପ୍ରଦାନ କରିବ। ବୁଧବାର ଓ ଗୁରୁବାର ଶାରୀରିକ ଅସୁସ୍ଥତା ଦେଖାଦେବ। ପ୍ରଗତିରେ ପଥରୋଧ ହେବ। ଶୁକ୍ରବାର ଓ ଶନିବାର କ୍ରିୟାଯୋଗୀ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପରମ୍ପରାବାଦୀ ହେବେ। ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତ ହେବ। ସ୍ତ୍ରୀଙ୍କ ସହଯୋଗ ଲାଭ ହେବ। ଶୁକ୍ରବାର ଓ ଶନିବାର ଯାନବାହନ ଜନିତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମାତଙ୍ଗୀଙ୍କ କବଚ ପାଠ କରନ୍ତୁ।
କନ୍ୟା: ରବିବାର ଅସୁବିଧାରେ ପଡ଼ିବେ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ଦେବଦର୍ଶନରେ ଆନନ୍ଦ ପ୍ରାପ୍ତି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାର ବନ୍ଧୁ ସହଯୋଗ ଲାଭ କରିବେ। ସୋମବାର ଓ ମଙ୍ଗଳବାର ସାବଧାନତା ଲୋଡ଼ା। ଶାରୀରିକ ଅସୁସ୍ଥତା ଦେଖାଦେବ। ବୁଧବାର ଓ ଗୁରୁବାର କର୍ମାନୁରାଗୀ ହେବେ। ଶୁକ୍ରବାର ଓ ଶନିବାର ଶ୍ରୀଯୁକ୍ତ ହେବେ। ଆୟ ବୃଦ୍ଧି ହେବ। ପାରିବାରିକ ଶାନ୍ତି ମିଳିବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାର ଶାରୀରିକ ଅସୁସ୍ଥତା ଦେଖାଦେବ। ସୋମବାର ଓ ମଙ୍ଗଳବାର ଦୂରଦେଶରୁ ସୁସମ୍ବାଦ ପ୍ରାପ୍ତି ହେବ। ବୁଧବାର ଓ ଗୁରୁବାର ମାନସିକ ଅବସାଦ ଦେଖାଦେବ। ଶୁକ୍ରବାର ଓ ଶନିବାର କାର୍ଯ୍ୟଦକ୍ଷତା ବୃଦ୍ଧିହେବ। ଆର୍ଥିକ ଚିନ୍ତା ଦୂରହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହଂ ପବନନନ୍ଦନାୟ ସ୍ବାହା ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ପ୍ରତିଷ୍ଠା ଲାଭ କରିବେ। ସୋମବାର ଓ ମଙ୍ଗଳବାର ବିବାଦମାନ ପରିସ୍ଥିତିର ସମ୍ମୁଖୀନ ହେବେ। ବୁଧବାର ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।
ମକର: ରବିବାର କର୍ମକ୍ଷେତ୍ରରେ ସାମାନ୍ୟ ତ୍ରୁଟିହେତୁ ଭର୍ତ୍ସିତ ହେବେ। ସୋମବାର ଓ ମଙ୍ଗଳବାର ସାମାନ୍ୟ ପ୍ରୟାସରେ ସଫଳତା ଲାଭ କରିବେ। ବୁଧବାର ଓ ଗୁରୁବାର ପ୍ରଗତିରେ ପଥରୋଧ ହେବ। ଶୁକ୍ରବାର ଓ ଶନିବାର ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ସହସ୍ରନାମ ପାଠ କରନ୍ତୁ।
କୁମ୍ଭ: ରବିବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ସୋମବାର ଓ ମଙ୍ଗଳବାର ଜଗିରଖି ଚଳନ୍ତୁ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ କର୍ମ ଅନୁରୂପ ଫଳ ପାଇବେ। ଆୟ ମଧ୍ୟମ ରହିବ। ଶୁକ୍ରବାର ଓ ଶନିବାର ସାବଧାନତା ଲୋଡ଼ା। ସାମାନ୍ୟ ଆଘାତ ଲାଗିପାରେ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।
ମୀନ: ରବିବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସଫଳତା ଲାଭ କରିବେ। ସ୍ତ୍ରୀ ହେତୁକ ଭୂମି ଲାଭ ଓ ପାରିବାରିକ ଶାନ୍ତି ଲାଭ ହେବ। ଶୁକ୍ରବାର ଓ ଶନିବାର ମଧ୍ୟମ ସଫଳତା ଲାଭ କରିବେ। ଆପଣଙ୍କ ବ୍ୟକ୍ତିତ୍ବ ଆପଣଙ୍କର ଭୂଷଣ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀବିଷ୍ଣୁସହସ୍ର ନାମ ପାଠ କରନ୍ତୁ।






More Stories
ସତର୍କତାର ସହ ଚଳିବାକୁ ପଡ଼ିବ…..
ଶୁଭ ଫଳ ମିଳିବ…..
ସତର୍କ ରୁହନ୍ତୁ…..