ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେପଟେ କମିଶନରେଟ୍ ପୋଲିସ ଏନେଇ ମୁହଁ ଖୋଲୁନଥିବା ବେଳେ ଯୁବତୀଙ୍କ ବ୍ୟାଗ୍ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଭଦ୍ରକ ଜିଲ୍ଲା କୁଆବାଗ ଗାଁର ଶୁଭଲକ୍ଷ୍ମୀ ସାହୁ ଆଜି ଭୋର ପ୍ରାୟ ୩ଟା ୨୦ ମିନିଟ୍ରେ ଲକ୍ଷ୍ମୀସାଗର କଟକ ରୋଡ୍ରେ ଥିବା ଏକ ହୋଟେଲକୁ ଆସିଥିଲେ। ସେ ୨୦୫ ନମ୍ୱର ରୁମ୍ରେ ରହିଥିଲେ। ମଧ୍ୟାହ୍ନ ଓ ସନ୍ଧ୍ୟା ବେଳେ ଲଜ ଷ୍ଟାଫ ଡାକିଥିଲେ ମଧ୍ୟ ଶୁଣିନଥିଲେ। ପରେ ହୋଟେଲ କର୍ମଚାରୀମାନେ କବାଟ ଭାଙ୍ଗି ରୁମ୍ ଭିତରେ ପଶିଥିଲେ। ସେତେବେଳେ ଫ୍ୟାନ୍ରେ ଓଢ଼ଣୀରେ ଝୁଲି ପଡ଼ିଥିଲେ ଲକ୍ଷ୍ମୀପ୍ରିୟ। ହୋଟେଲ୍ କର୍ମଚାରୀମାନେ ଏନେଇ ଲକ୍ଷ୍ମୀସାଗର ଥାନାକୁ ଖବର ଦେଇଥିଲେ। ପୋଲିସ ହୋଟେଲରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଆସନ୍ତା କାଲି ପରିବାର ଲୋକ ଆସିବା ପରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ହୋଟେଲ ଆସି କାହିଁକି ଆତ୍ମହତ୍ୟା କଲେ ଶୁଭଲକ୍ଷ୍ମୀ, ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ।






More Stories
ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍…..
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..