ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମୈଦାନ ଭାରତ ମଣ୍ଡପମ୍ ରେ ଜାତୀୟ ହସ୍ତତନ୍ତ ଦିବସ ମୁଖ୍ୟ ଉତ୍ସବରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ସଦା ସର୍ବଦା କାରିଗର ଏବଂ କଳାକାରମାନଙ୍କୁ ଉତ୍ସାହିତ ଏବଂ ନୀତିଗତ ସମର୍ଥନ ପ୍ରଦାନ କରିଆସିଛନ୍ତି। ଯେଉଁମାନେ ଦେଶର ସମୃଦ୍ଧ ପରମ୍ପରା ତଥା କଳା ଏବଂ କାରିଗରୀକୁ ବଞ୍ଚାଇ ରଖିଛନ୍ତି । ସେମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସରକାର ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବା ଆରମ୍ଭ କରିଥିଲେ। ଅଗଷ୍ଟ ୭, ୨୦୧୫ ରେ ପ୍ରଥମ ହସ୍ତତନ୍ତ ଦିବସ ପାଳନ କରାଯାଇଥିଲା । ଏହି ତାରିଖକୁ ସ୍ୱଦେଶୀ ଆନ୍ଦୋଳନର ଏକ ବିଶେଷ ଦିନ ଭାବେ ସ୍ମରଣ କରାଯାଇଥିଲା। ଏହାଦ୍ୱାରା ସ୍ୱଦେଶୀ ଶିଳ୍ପ ଏବଂ ବିଶେଷ ଭାବେ ହସ୍ତତନ୍ତ ବୁଣାକାରମାନେ ଉତ୍ସାହିତ ହୋଇଥିଲେ। ଚଳିତ ବର୍ଷ ୯ମ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ “ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷ” ର ଇ-ପୋର୍ଟାଲ ମଧ୍ୟ ଉନ୍ମୋଚନ କରିବେ ଯାହାକି ହସ୍ତତନ୍ତ ଓ କାରିଗରୀର ଏକ ଭଣ୍ଡାର। ଏହାକୁ ଜାତୀୟ ଫ୍ୟାଶନ୍ ଟେକ୍ନୋଲୋଜି ପ୍ରତିଷ୍ଠାନ (ଏନଆଇଏଫଟି) ଦ୍ୱାରା ବିକଶିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୩୦୦୦ରୁ ଅଧିକ ହସ୍ତତନ୍ତ ଏବଂ ଖଦି ବୁଣାକାର, କାରିଗର ଏବଂ ବୟନ ଶିଳ୍ପ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରର ହିତାଧିକାରୀ ମାନେ ଯୋଗଦେବେ । ଏହା ସମଗ୍ର ଭାରତରେ ହ୍ୟାଣ୍ଡଲୁମ୍ କ୍ଲଷ୍ଟର, ଏନଆଇଏଫଟି କ୍ୟାମ୍ପସ୍, ବୁଣାକାର ସେବା କେନ୍ଦ୍ର, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟାଣ୍ଡଲୁମ୍ ଟେକ୍ନୋଲୋଜି କ୍ୟାମ୍ପସ୍, ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେଭଲପମେଣ୍ଟ କର୍ପୋରେସନ୍, ହ୍ୟାଣ୍ଡଲୁମ୍ ଏକ୍ସପୋର୍ଟ ପ୍ରମୋସନ କାଉନସିଲ, କେଭିଆଇସି ଅନୁଷ୍ଠାନ ଏବଂ ବିଭିନ୍ନ ରାଜ୍ୟ ହସ୍ତତନ୍ତ ବିଭାଗକୁ ଏକତ୍ର କରିବ।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..