ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବର୍ଷରୁ ଅଧିକ ଦିନ ଅତିକ୍ରମ କରିସାରିଥିଲେ ମଧ୍ୟ ସ୍ଥିତି ସୁଧୁରୁନାହିଁ । ସଦ୍ୟ ମିଳିଥିବା ଖବର ଅନୁସାରେ, ୟୁକ୍ରେନର ଏକ ସହର ପୋକ୍ରୋଭସ୍କରେ ରୁଷ ଏକ ମିସାଇଲ୍ ଆକ୍ରମଣ କରିଛି। ଫଳରେ ୫ଜଣଙ୍କ ମୃତ୍ୟୁ ଘଟିବା ସହିତ ୩୧ଜଣ ଆହତ ହୋଇଛନ୍ତି । ସହରର ଏକ ଆବାସିକ କୋଠାକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଇଛି । ଆକ୍ରମଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..