Report Card Odisha

| Daily Odia News

ରାଜ୍ୟସଭାରେ ଦିଲ୍ଲୀ ବିଲ୍‌ ପାସ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହଙ୍ଗାମା ଓ ବିରୋଧ ମଧ୍ୟରେ ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍‌ ପାରିତ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ ଥିଲେ ମଧ୍ୟ ଦିଲ୍ଲୀ ବିଲ୍‌ ବିପକ୍ଷରେ ଭୋଟ ଦେବାକୁ ରାଜ୍ୟସଭାକୁ ଆସିଥିଲେ। ସେ ହ୍ୱିଲ ଚେୟାରରେ ଆସି ଭୋଟ ଦେଇଥିଲେ ହେଁ ଏହା ବିଲ୍‌କୁ ମାତ ଦେବାକୁ ଯଥେଷ୍ଟ ହୋଇନାହିଁ। ବିଲ୍‌ ସପକ୍ଷରେ ୧୩୧ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୧୦୨ ଭୋଟ ପଡ଼ିଛି। ଏହାର ଅର୍ଥ ୨୯ ଖଣ୍ଡ ଭୋଟରେ ବିରୋଧୀଙ୍କୁ ମାତ ଦେବାରେ ଏନଡିଏ ସରକାର ସମର୍ଥନ ହୋଇଛନ୍ତି । ଭୋଟିଂ ବେଳେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ତେଣୁ କାଗଜରେ ସାଂସଦମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏହା ପୂର୍ବରୁ ଦିଲ୍ଲୀ ସର୍ଭିସ ବିଲ୍‌ ଲୋକସଭାରେ ପାରିତ ହୋଇଥିଲା।

Breaking News