ରିପୋର୍ଟ କାର୍ଡ / ଭୁବନେଶ୍ୱର
ରମାଦେବୀ କଲେଜର ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ହୋଇ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ମୃତ୍ୟୁର ସତ ଜାଣିବା ପାଇଁ ଭିସେରା ଫୋରେନସିକ ଲ୍ୟାବ୍କୁ ପଠାଯାଇଛି। ଘଟଣା ଦିନ ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ କି ନା ବିଷକ୍ରିୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜାଣିବାକୁ ଫୋରେନସିକ ଲ୍ୟାବ୍କୁ ଭିସେରା ପଠାଯାଇଛି। ତେବେ ଭିସେରା ରିପୋର୍ଟ ଆସିଲେ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁ କିପରି ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ଉଲ୍ଲେଖ ଯୋଗ୍ୟ- ଗତ ଶନିବାର ଦିନ ଭୁବନେଶ୍ୱର ଦୀପାଳି ବାର୍ ଓ ହୋଟେଲରୁମ ଭିତରୁ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..