ରିପୋର୍ଟ କାର୍ଡ / କଟକ
କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଗୁଳିମାଡ଼ ହୋଇଛି ।ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ଜଣେ ରାଜମିସ୍ତ୍ରୀ ତାଙ୍କ ଘର ବାଙ୍କୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିଲେ। ସେତେବେଳେ ରାଜମିସ୍ତ୍ରୀ ଜଣଙ୍କ ଘରେ ଥିଲେ। ଦୁର୍ବୃତ୍ତ ଦ୍ୱୟ ତାଙ୍କ ଘରଠାରୁ କିଛି ଦୂରରେ ବାଇକ ରଖି ସେଠାକୁ ଯାଇଥିଲେ ଓ ଗୁଳି କରିଥିଲେ। ଏହି ଗୁଳିମାଡ଼ ଘଟଣାର କାରଣ ଜଣାପଡ଼ିନାହିଁ। କଟକ ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି |






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..