Report Card Odisha

| Daily Odia News

ଗୁଜରାଟରୁ ଆରମ୍ଭ ହେବ ଭାରତ ଯୋଡ଼ୋ ଯାତ୍ରା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରାରେ କଂଗ୍ରେସ କୁ ଭଲରେର୍ସପନ୍ସ ମିଳିବା ପରେ  କଂଗ୍ରେସ ଏବେ ନୂଆ ଯୋଜନା କରିଛି। କଂଗ୍ରେସ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରାଯିବ। ରାହୁଲ ଗାନ୍ଧିଙ୍କ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କଶ୍ମୀରରେ ଶେଷ ହୋଇଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଗୁଜରାଟରୁ ଆରମ୍ଭ ହୋଇ ମେଘାଳୟ ଯାଏ ଚାଲିବ। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ଏହି ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ସମୟରେ କଂଗ୍ରେସ ପକ୍ଷରୁ ମହାରାଷ୍ଟ୍ରରେ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କିନ୍ତୁ ଭାରତ ଯୋଡ଼ୋ ଯାତ୍ରା କେବେ ଆରମ୍ଭ ହେବ ସେନେଇ ସୂଚନା ମିଳିନାହିଁ |  ସେ କହିଛନ୍ତି, ରାଜ୍ୟର ପ୍ରତିଟି ଲୋକସଭା ମଣ୍ଡଳୀରେ ୪୮ ଜଣ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ୬ ଦିନ ମଧ୍ୟରେ ପର୍ଯ୍ୟବେକ୍ଷକମାନେ ତୃଣମୂଳ ସ୍ତରର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବେ। ଏହାପରେ ଅଗଷ୍ଟ ୧୬ରେ କୋର କମିଟି ବୈଠକ ବସିବ।

Breaking News