Report Card Odisha

| Daily Odia News

ଅନାସ୍ଥା ପ୍ରସ୍ତାବ ବିରୋଧୀ ଏକତାର ପରୀକ୍ଷା ନେବ…..

Indian Prime Minister Narendra Modi delivers his speech during a rally in Mumbai, India, Thursday, Jan. 19, 2023. (AP Photo/Rafiq Maqbool)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା‌ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମେଣ୍ଟର ଏକତାକୁ ନେଇ କଟାକ୍ଷ କରିଛନ୍ତି। ବିଜେପି ସଂସଦୀୟ ଦଳ ବୈଠକରେ ମୋଦୀ କହିଛନ୍ତି, ବିରୋଧୀ ଇଣ୍ଡିଆ ମେଣ୍ଟ ୨୦୨୪ ନିର୍ବାଚନ ପୂର୍ବରୁ ଏକ ସେମି ଫାଇନାଲ୍‌ ଚାହୁଥିଲେ ଏବଂ ଏହାର ଫଳ ଏବେ ସମସ୍ତେ ଦେଖୁଛନ୍ତି। ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଦିଲ୍ଲୀ ସର୍ଭିସ ସଂ‌ଶୋଧନ ବିଲ୍‌ ଲୋକସଭାରେ ଗୃହୀତ ହେବାକୁ ଇଙ୍ଗିତ କରି ‌ମୋଦୀ ଏହି ଟିପ୍ପଣୀ ଦେଇଛନ୍ତି। ଅନାସ୍ଥା ପ୍ରସ୍ତାବ ଉପରେ ମୋଦୀ କହିଛନ୍ତି, ବିରୋଧୀ ଦଳର ଅହଙ୍କାରୀ ନେତାମାନେ ପରସ୍ପରକୁ ବିଶ୍ବାସ କରୁନାହାନ୍ତି ଏବଂ ସେମାନଙ୍କ ମଧ୍ୟରେ ଅବିଶ୍ବାସର ବାତାବରଣ ଲାଗି ରହିଛି। ଅନାସ୍ଥା ପ୍ରସ୍ତାବ ସେମାନଙ୍କ ନିଜସ୍ବ ଏକତା ଓ ବିଶ୍ବାସର ଏକ ପରୀକ୍ଷା। ବିରୋଧୀ ଦଳରେ କେଉଁମାନେ ଏକାଠି ଏବଂ କେଉଁମାନେ ଏକାଠି ନାହାନ୍ତି ତାହା ଏହି ଅନାସ୍ଥା ସ୍ପଷ୍ଟ କରିଦେବ। ମୋଦୀ କହିଛନ୍ତି, କିଛି ‌ଲୋକ କେବଳ ତୁଷ୍ଟୀକରଣ ରାଜନୀତି କରୁଛନ୍ତି।

Breaking News