ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯଦି ଭଲ ନ ଲାଗୁଛି, ତେବେ ଟିଭି ଦେଖନ୍ତୁ ନାହିଁ । ସୁପ୍ରିମକୋର୍ଟ ଏକ ବଡ଼ ରାୟରେ ଏଭଳି କହିଛନ୍ତି | ଅର୍ଥାତ୍ ଯେଉଁ ଚ୍ୟାନେଲ ଆପଣଙ୍କୁ ଭଲ ଲାଗୁନି, ତେବେ ସେହି ଚ୍ୟାନେଲ ଦେଖନ୍ତୁ ନାହିଁ | କିଛି ଦିନ ପୂର୍ବରୁ ଟିଭି ଚ୍ୟାନେଲ ଗୁଡ଼ିକ ମନମାନି କରୁଥିବା ଅଭିଯୋଗ କରି ଏକ ପିଆଇଏଲ୍ ଦାଖଲ ହୋଇଥିଲା । ଅର୍ଥାତ୍ ପିଆଇଏଲ୍ରେ ଦାବି କରାଯାଇଥିଲା ଯେ, ଟିଭି ଚ୍ୟାନେଲ ଗୁଡ଼ିକ କ’ଣ ଦେଖାଇବେ କ’ଣ ଦେଖାଇବେ ନାହିଁ, ସେନେଇ ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯାଉ । ଏହି ପିଆଇଏଲ୍ର ଶୁଣାଣି କରି ସୁପ୍ରିମ୍କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି ଯେ, ଏଥିପାଇଁ କୌଣସି ଗାଇଡ୍ଲାଇନ୍ ଆସିବ ନାହିଁ । ଯେଉଁ ଟିଭି ଚ୍ୟାନେଲ ଭଲ ଲାଗୁ ନାହିଁ ତାକୁ ଦେଖିବା ବନ୍ଦ କରିଦିଅନ୍ତୁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି । ଜଷ୍ଟିସ ଅଭୟ ଓକା ଏବଂ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଖଣ୍ଡପୀଠରେ ଏହି ପିଆଇଏଲ୍ର ଶୁଣାଣି କରାଯାଇଛି |






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..