ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ କାଶ୍ମୀରରେ ସଜାଗ ସେନା କର୍ମଚାରୀ ଯୁଦ୍ଧରେ ବ୍ୟବହାର ହେଉଥିବା କିଛି ଜିନିଷ ସହ ତିନି ଜଣ ସନ୍ଦିଗ୍ଧଙ୍କୁ ଧରିଥିଲେ। ପୋଲିସ ଏବଂ ଯବାନ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି ରଖିଛନ୍ତି। ସୂଚନାନୁଯାୟୀ, ଜାମ୍ମୁ କାଶ୍ମୀର ପୋଲିସର ସହଯୋଗରେ ସେନା ଏହି ତଲାସି ଅଭିଯାନ ଆରମ୍ଭ କରିଥିଲେ। ଯୁଦ୍ଧରେ ବ୍ୟବହୃତ ଜିନିଷ ସହ ସନ୍ଦିଗ୍ଧଙ୍କୁ ଖାନସାହିବ ପୁଲିସ ଷ୍ଟେସନର ୱାଗର ଅଞ୍ଚଳରୁ ଗିରଫ କରାଯାଇଥିଲା। ଗ୍ରେନେଡ,ଗୁଳି ସହ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….