ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ୍ ରାଜଧାନୀ ବେଜିଂରେ କିଛି ସପ୍ତାହ ଧରି ପ୍ରବଳ ବର୍ଷା ହେତୁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି | ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ଜଣାପଡିଛି । ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୩୩ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୮ ଜଣ ଏବେ ବି ନିଖୋଜ ଅଛନ୍ତି। ଏଥିଯୋଗୁଁ ଅନେକ ଭିତ୍ତିଭୂମି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ- ବେଜିଂରେ ଖରାପ୍ ପାଗ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହେଲାଣି। ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଚୀନ୍ରେ ଗତ ମାସରେ ୧୪୭ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ଚୀନ୍ର ଇମର୍ଜେନ୍ସି ମ୍ୟାନେଜମେଣ୍ଟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।






More Stories
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୋ ଝିଅକୁ ଫାଶୀ ଦିଅ…..