Report Card Odisha

| Daily Odia News

ଅନାସ୍ଥା ପ୍ରସ୍ତାବ ଉପରେ ପକ୍ଷ ରଖି ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ନିଜର ପକ୍ଷ ରଖିବା ଆରମ୍ଭ କରିଛନ୍ତି। ସେ ଆରମ୍ଭରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ବରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ ହୋଇଛି। ୨୦୧୮ରେ ସେମାନେ ଆଣିଥିଲେ। ୨୦୧୯ ରେଜଲ୍ଟ କ’ଣ ହେଲା, ସେକଥା ସମସ୍ତେ ଜାଣିଛନ୍ତି। ୨୦୨୩ରେ ପୁଣି ଅନାସ୍ଥା ଆସିଛି। ୨୦୨୪ରେ ଏନଡିଏ ରେକର୍ଡ ବିଜୟ ସହ ପୁଣି କ୍ଷମତାକୁ ଆସିବ ବୋଲି ମୋଦି କହିଛନ୍ତି। ମଣିପର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ବିବୃତି ନ ରଖିବାରୁ ବିରୋଧୀ ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ୩ ଦିନ ହେଲା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଆଜି ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଛନ୍ତି। ବିରୋଧୀ ଦଳ ଗୁଡ଼ିକ ମଣିପର ପ୍ରସଙ୍ଗ ଉଠାଉଥିବା ବେଳେ ଶାସକ ଦଳ ନିଜର ସଫଳତା ବଖାଣିବାରେ ଲାଗିଛନ୍ତି। ବିରୋଧୀ ଦଳଙ୍କୁ ଏକ ଗୋପନ ବରଦାନ ମିଳିଛି, ଯେ ସେମାନେ ଯାହାର ଅମଙ୍ଗଳ ଚାହିଁବେ, ତାହାର ମଙ୍ଗଳ ହେବ । ଏହା ଗତ ୨୦ ବର୍ଷ ହେଲା ଆପଣମାନେ ଦେଖିପାରିବେ । ବିରୋଧୀ ଦଳ କହୁଥିଲେ ଯେ ଭାରତର ବ୍ୟାଙ୍କ ବ୍ୟବସ୍ଥା ଡୁବିଯିବ । କିନ୍ତୁ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଲାଭ ଦୁଇଗୁଣ ହୋଇଯାଇଛି । ୨ୟ ଉଦାହରଣ ହେଉଛି, ଏମାନେ ପ୍ରତିରକ୍ଷା ବିଭାଗ ପାଇଁ ହେଲିକାପ୍ଟର ନିର୍ମାଣ କରୁଥିବା ହାଲ୍ ବିରୋଧରେ ବି ସମାନ କଥା କହୁଥିଲେ । ହାଲ୍ ଡୁବିଯିବ ବୋଲି ସେମାନେ କହୁଥିଲେ, କିନ୍ତୁ ହାଲ୍ ଦେଶର ଗୌରବରେ ପରିଣତ ହୋଇଛି । ୩ୟ ଉଦାହରଣ ହେଉଛି, ଏମାନେ କହୁଥିଲେ ଯେ ଏଲଆଇସି ବୁଡ଼ିଯିବ, କିନ୍ତୁ ଏଲଆଇସି ଆହୁରି ସୁଦୃଢ ହେଉଛି । ଏଣୁ ଏମାନେ ଆମ ଦେଶକୁ ଓ ଆମ ଗଣତନ୍ତ୍ରକୁ ଯେତେ ପ୍ରକାରର ଗାଳି ଦେଉଛନ୍ତି, ସେଥିରୁ ମୁଁ ନିଶ୍ଚିତ ଯେ ଦେଶ ଆହୁରି ସୁଦୃଢ ହେବ । ତାଙ୍କ ସରକାରର ୩ୟ ପାଳିରେ ଦେଶ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ହେବ । ରାହୁଲ ଗାନ୍ଧୀଙ୍କ ନାଁ ନନେଇ ସମାଲୋଚନା କରିଛନ୍ତି ମୋଦି | କହିଛନ୍ତି କ୍ଷେତକୁ ଯାଇ ଭିଡିଓ ସୁଟିଂ କରାଯାଉଛି | କଂଗ୍ରସର ନୀତି ଅଛି ନା ନିୟତ | କଂଗ୍ରେସ କୁ କଳ୍ପନା ଦାରିଦ୍ର୍ୟ ଗ୍ରାସିଛି | ମୋଦି କଂଗ୍ରେସ ପ୍ରସଙ୍ଗରେ ଓଡିଶା କଥା ଉଠାଇଛନ୍ତି | କହିଛନ୍ତି ୨୮ ବର୍ଷ ହେବ ଓଡିଶାରେ କଂଗ୍ରେସ କ୍ଷମତାଚ୍ୟୁତ | ଓଡିଶାବାସୀ କଂଗ୍ରେସକୁ ବିଶ୍ୱାସକୁ ନେଇନାହାନ୍ତି |

Breaking News