Report Card Odisha

| Daily Odia News

ରାହୁଲଙ୍କୁ ଝିଅଙ୍କ ଅଭାବ ନାହିଁ,ସେ ବୁଢ଼ୀଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେବେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି କହିଥିଲେ | କହିଥିଲେ କି ରାହୁଲ ଗାନ୍ଧି ଭାଷଣ ସମାପ୍ତ କରି ବାହାରକୁ ବାହାରିବା ସମୟରେ ମହିଳା ସାଂସଦଙ୍କୁ ଦେଖି ଫ୍ଲାଇଙ୍ଗ୍ କିସ୍ କରିଥିଲେ।’ସ୍ମୃତିଙ୍କ ଏହି ଅଭିଯୋଗ ପରେ ଫ୍ଲାଇଙ୍ଗ୍ କିସକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା। ଏହି ବିବାଦ ଏବେ ଭିନ୍ନ ମୋଡ଼ ନେଇଛି। ବିହାରର କଂଗ୍ରେସ ନେତ୍ରୀ ନିତୁ ସିଂହ ଏହି ଫ୍ଲାଇଙ୍ଗ୍ କିସ୍ ଘଟଣାକୁ ନେଇ କହିଛନ୍ତି, ‘ଫ୍ଲାଇଙ୍ଗ୍ କିସ୍ ଦେବାକୁ ହେଲେ ରାହୁଲ ଗାନ୍ଧିଙ୍କୁ ଝିଅଙ୍କ ଅଭାବ ନାହିଁ। ତେଣୁ ସେ ସ୍ମୃତି ଇରାନୀଙ୍କ ଭଳି ୫୦ବର୍ଷର ବୁଢ଼ୀଙ୍କୁ କାହିଁକି ଫ୍ଲାଇଙ୍ଗ୍ କିସ୍ ଦେବାକୁ ଯିବେ। ଏସବୁ ଅଭିଯୋଗ ମିଥ୍ୟା। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭା ଭଳି ମର୍ଯ୍ୟାଦାଜନକ ସ୍ଥାନରେ ରାହୁଲ ଗାନ୍ଧି ଭାଷଣ ସମାପ୍ତ କରି ବାହାରକୁ ବାହାରିବା ସମୟରେ ମହିଳା ସାଂସଦଙ୍କୁ ଦେଖି ଫ୍ଲାଇଙ୍ଗ୍ କିସ୍ କରିଥିଲେ। ଏଭଳି ଅସଭ୍ୟତା ଗ୍ରହଣୀୟ ନୁହେଁ। ଏଥିପାଇଁ ତାଙ୍କୁ ନିଶ୍ଚୟ ଦଣ୍ଡ ମିଳିବା ଉଚିତ ବୋଲି କହିଥି‌ଲେ। ଏହି କ୍ରମରେ ମଥୁରାର ଭାଜପା ସାଂସଦ ହେମା ମାଲିନୀ କହିଥିଲେ କି, ସମସ୍ତେ କହୁଛନ୍ତି, ରାହୁଲ ଗାନ୍ଧି ସଂସଦରେ ନିଜ ଭାଷଣ ସମାପ୍ତ କରି ବାହାରକୁ ବାହାରିବା ସମୟରେ ମହିଳା ସାଂସଦଙ୍କୁ ଦେଖି ଫ୍ଲାଇଙ୍ଗ୍ କିସ୍ କରିଥିଲେ । ମୁଁ ତ କାଇଁ ଏସବୁ ଦୃଶ୍ୟ ଦେଖି ପାରିଲି ନାହିଁ। ହଁ କିଛି ଶବ୍ଦ ରାହୁଲ ବ୍ୟବହାର କରିଥିଲେ, ଯାହାକି ତାଙ୍କୁ କହିବା ଉଚିତ ନଥିଲା।

Breaking News