ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୁଲ୍ ପାର୍କିଂକୁ ନେଇ ଜଣେ ବ୍ୟକ୍ତି ଜୋରିମାନା ଟଙ୍କା ଦେବାକୁ ମନା କରିବାରୁ ତାଙ୍କର ରେଳବାଇ ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ପୋଲିସ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଲକୁ ଦୁଇ ଚାପୁଡ଼ା ମାରିଲେ। ଏହାର ଭିଡିଓ ଭାଇରାଲ ହେବାରୁ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏଭଳି ଘଟନ ଗୁଜରାଟର ସୁରଟରେ ଘଟିଛି | ସୂଚନା ଅନୁସାରେ, ବ୍ୟକ୍ତିଜଣକ ଗତ ୫ ତାରିଖରେ ସୁରଟ ଷ୍ଟେସନ ନିକଟରେ ଭୁଲ୍ ଜାଗାରେ ଗାଡ଼ି ପାର୍କିଂ କରିଥିଲେ। ତାଙ୍କ ଉପରେ ଜୋରିମାନା କରାଯାଇଥିଲା। ବ୍ୟକ୍ତିଜଣକ ଜୋରିମାନା ଦେବାକୁ ମନା କରିବାରୁ ତୁରନ୍ତ ତାଙ୍କୁ ଥାନାକୁ ଅଣାଯାଇଥିଲା । ବ୍ୟକ୍ତିଜଣକ ଏହାର ଭିଡିଓ କରୁଥିଲେ। ଜିଆରପି ଅଧିକାରୀ ଏହା କରିବାକୁ ମନା କରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହେବାରୁ ଜିଆରପି ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଲକୁ ଦୁଇ ଚାପୁଡ଼ା ଲଗାଇ ଦେଇଥିଲେ। ସମ୍ପୃକ୍ତ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……