ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନମାନଙ୍କ ଚୟନ ପାଇଁ କେନ୍ଦ୍ର ସରକାର ଗୁରୁବାର ରାଜ୍ୟସଭାରେ ଏକ ବିଲ୍ ପାରିତ କରିଛନ୍ତି। ଏହି ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳମାନେ ଟାର୍ଗେଟ୍ କରିଛନ୍ତି । ଏ ସଂପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବିଜେପି ଅରାଜକତା ଆଗରେ ମୁଣ୍ଡ ନୁଆଁଇଛି। ଚଳିତ ସପ୍ତାହରେ ସିଇସି ନିଯୁକ୍ତି ପାଇଁ ଗଠିତ ତିନି ଜଣିଆ ପ୍ୟାନେଲରେ ପ୍ରଧାନ ବିଚାରପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସିଜେଆଇଙ୍କ ସ୍ଥାନରେ ନିର୍ବାଚନ କମିଶନର ଚୟନରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନିଯୁକ୍ତି ଦେବାକୁ ଆମେ ଦୃଢ଼ ବିରୋଧ କରୁଛୁ। ସେ ଦାବି କରିଛନ୍ତି ଯେ ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତି ପ୍ୟାନେଲରୁ ବାଦ୍ ଦେବା ର ଯୋଜନା ବିଜେପିର ଅସନ୍ତୋଷକୁ ପ୍ରତିଫଳିତ କରୁଛି, ଯାହା ସୂଚାଉଛି ଯେ ଚୟନ କମିଟିରେ ମୁଖ୍ୟ ବିଚାରପତି ରହିବା ଦ୍ବାରା ସେମାନଙ୍କ ଭୋଟ୍ ହେରଫେର କ୍ଷତିଗ୍ରସ୍ତ ହୋଇପାରେ। ନ୍ୟାୟପାଳିକା ପ୍ରତି ଏଭଳି ଅବହେଳା କୁ ନେଇ ଭାରତବାସୀ ପ୍ରଶ୍ନ ଉଠାଇବା ଦରକାର। ଆମେ ଭାରତ ପାଇଁ ନ୍ୟାୟପାଳିକାକୁ ନିବେଦନ କରୁଛୁ, ‘ମାଇଁ ଲର୍ଡ ! ଆମ ଦେଶକୁ ରକ୍ଷା କର !‘






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..