ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ଭାଇ ଅଶୋକ ବାଲାଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି। ଅଶୋକଙ୍କୁ ଜେରା ନିମନ୍ତେ ଇଡି ବାରମ୍ବାର ସମନ ଜାରି କରିଥିବାବେଳେ ସେ ହାଜର ହୋଇନଥିଲେ | ଚାକିରି ପାଇଁ ଲାଞ୍ଚ ମାମଲାରେ ମନ୍ତ୍ରୀ ସେନ୍ଥିଲଙ୍କୁ ଗତ ଜୁନ୍ ୧୪ରେ ଇଡି ଗିରଫ କରିଥିଲା। ଏବେ ସେ ପୁଜହାଲ କେନ୍ଦ୍ରୀୟ ଜେଲ୍ରେ ଅଛନ୍ତି। ଏବେ ସେନ୍ଥିଲଙ୍କ ଭାଇ ଅଶୋକକୁ ଇଡି ଗିରଫ କରିଛି। ଚାକିରି ପାଇଁ ଲାଞ୍ଚ ମାମଲାରେ ଇଡି ସେନ୍ଥିଲଙ୍କ ବିରୋଧରେ ୩୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଅଗଷ୍ଟ ୧୦ରେ ଇଡି ଅଶୋକଙ୍କ ପତ୍ନୀ ନିର୍ମଳାଙ୍କର ସମ୍ପତ୍ତିକୁ ଜବତ କରିଥିଲା। ସେନ୍ଥିଲଙ୍କୁ ମୁକ୍ତ କରିବା ଲାଗି ଡିଏମକେ ପକ୍ଷରୁ କରାଯାଇଥିବା ଆବେଦନକୁ ଅଗଷ୍ଟ ୭ରେ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଦେଇଥିଲେ। ଜାମିନ ଆଗ୍ରାହ୍ୟ ପରେ ଅଦାଲତ ତାଙ୍କୁ ଅଗଷ୍ଟ ୨୫ ପର୍ଯ୍ୟନ୍ତ ଜେଲ୍କୁ ପଠାଇ ଦେଇଛନ୍ତି।






More Stories
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……