ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ବିଜେପି ପକ୍ଷରୁ ଆଜି ‘ହର ଘର ତ୍ରିରଙ୍ଗା’ ବିଶାଳ ଶୋଭାଯାତ୍ରା ଜାରି ରହିଛି। ଲିଙ୍ଗରାଜ ମନ୍ଦିରରୁ ବାହାରିଛି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ,ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ସୁନୀତି ମୁଣ୍ଡ ଓ ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନେତୃତ୍ବରେ ସାରା ରାଜ୍ୟରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚାଲିଛି। ଏହି ଅଭିଯାନରେ ଲୋକମାନେ ଘରେ ଘରେ ଜାତୀୟ ପତାକା ଉଡ଼ାଉଛନ୍ତି।






More Stories
ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍…..
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..