ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏବେ ବିବାଦରେ କଂଗ୍ରେସ ରାଜ୍ୟସଭା ସାଂସଦ ରଣଦୀପ ସୁରଜେୱାଲା । ବିଜେପି ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଲୋକ ରାକ୍ଷସ ପ୍ରବୃତ୍ତିର କହି । ହରିୟାଣାର କୈଥଲରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି ସୁରଜେୱାଲା କହିଥିଲେ ଯେ, ଯେଉଁମାନେ ବିଜେପିକୁ ଭୋଟ୍ ଦିଅନ୍ତି ଏବଂ ସେମାନଙ୍କୁ ସମର୍ଥନ କରନ୍ତି ସେମାନେ ରାକ୍ଷସ ପ୍ରବୃତ୍ତିର ଅଟନ୍ତି। ମୁଁ ସେମାନଙ୍କୁ ମହାଭାରତ ଦେଶରୁ ଅଭିଶାପ ଦେଉଛି। ସୁରଜେୱାଲାଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ଶୁଣି ବିଜେପି ନେତା ଅମିତ ମାଲବିୟ କହିଛନ୍ତି ଯେ ଏହି ମାନସିକ ସ୍ଥିତି ହେତୁ ଦଳ ତଥା ଏହାର ନେତାମାନେ ଲୋକଙ୍କ ସମର୍ଥନ ହରାଇଛନ୍ତି। ଅନ୍ୟପକ୍ଷରେ, କଂଗ୍ରେସ ନେତାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଟ୍ୱିଟ୍ କରିଛନ୍ତି ଯେ, “ରାଜକୁମାରଙ୍କୁ ବାରମ୍ବାର ଲଞ୍ଚ କରିବାରେ ବିଫଳ ହୋଇଥିବା କଂଗ୍ରେସ ଦଳ ଏବେ ଜନତାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିକୁ ବିରୋଧ କରିବାକୁ ଯାଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲା କ’ଣ କହିଛନ୍ତି । ତେବେ କୁହାଯାଉଛି ଯେ, ହରିୟାଣାରେ ବେରୋଜଗାର ସମସ୍ୟାକୁ ନେଇ ମନୋହର ଲାଲ ଖଟ୍ଟର ସରକାରଙ୍କୁ ଘେରିଥିଲେ ସୁରଜେୱାଲା। ଏହି ସମୟରେ ସେ ବିଜେପି ଓ ତା’ର ସମର୍ଥକଙ୍କୁ ରାକ୍ଷସ ପ୍ରବୃତ୍ତିର ବୋଲି କହିଥିଲେ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..