Report Card Odisha

| Daily Odia News

ପରିବା ବିକାଳିଙ୍କ ସହ ମଧ୍ୟାହ୍ନ‌ ଭୋଜନ କଲେ ରାହୁଲ ଗାନ୍ଧୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦିଲ୍ଲୀର ଜଣେ ପରିବା ବିକାଳିଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି। ସଂପୃକ୍ତ ପରିବା ବିକାଳିଙ୍କ ନାମ ରାମେଶ୍ବର। ସେହି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ରାହୁଲ ମଧ୍ୟ ଉକ୍ତ ଫଟୋକୁ ଏକ୍ସରେ ପୋଷ୍ଟ କରିଛନ୍ତି। ସେଥିରେ ରାହୁଲ କହିଛନ୍ତି ରାମେଶ୍ବର ଜଣେ ଖୁସି ମିଜାଜର ବ୍ୟକ୍ତି ଏବଂ ପ୍ରତିକୂଳ ପରିସ୍ଥିତିରେ ଶାନ୍ତ ରହୁଥିବା କୋଟି କୋଟି ଭାରତୀୟଙ୍କ ପ୍ରକୃତି ତାଙ୍କ ଠାରେ ଦେଖିବାକୁ ମିଳିଛି। ଗତ ଜୁଲାଇ ମାସରେ ଗଣମାଧ୍ୟମରେ ରାମେଶ୍ବରଙ୍କର ଏକ ସାକ୍ଷାତକାର ପ୍ରକାଶ ପାଇଥିଲା। ସେଥିରେ ଟମାଟୋର ଦରବୃଦ୍ଧି ସଂପର୍କରେ ସେ କହିଥିଲେ। ଟମାଟୋ ମୂଲ୍ୟ ଅତ୍ୟଧିକ ବଢ଼ିଯାଇଛି। ତାଙ୍କ ପାଖରେ ଟମାଟୋ କିଣିବା ପାଇଁ ପଇସା ନଥିବାରୁ ସେ ଏହାକୁ କିଣି ବ୍ୟବସାୟ କରିପାରୁନାହାନ୍ତି ବୋଲି କହିଥିଲେ। ତାହା କହିବା ସମୟରେ ସେ କାନ୍ଦି ପକାଇଥିଲେ। ସେହି ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ କଂଗ୍ରେସ ନେତାମାନେ ସରକାରଙ୍କୁ ଦରଦାମ ବୃଦ୍ଧି ପ୍ରସଙ୍ଗରେ ସମାଲୋଚନା କରିଥିଲେ। ପରବର୍ତ୍ତୀ ଭିଡିଓରେ ରାମେଶ୍ବର ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଆଗ୍ରହୀ ଥିବା କହିଥିଲେ। ସଂପ୍ରତି ରାହୁଲ ଗାନ୍ଧି ତାଙ୍କ ଫଟୋ ସେୟାର କରିବା ସହିତ ଏଭଳି ବ୍ୟକ୍ତି ହିଁ ଭାରତର ଭାଗ୍ୟ ବିଧାତା ବୋଲି ଲେଖିଛନ୍ତି। ତେବେ ରାହୁଲଙ୍କ ସହିତ ରାମେଶ୍ବରଙ୍କ ଫଟୋକୁ ବିଜେପି ସମାଲୋଚନା କରିଥିବା ଜଣାପଡିଛି |

 

Breaking News