Report Card Odisha

| Daily Odia News

ସ୍ବାଧୀନତା ଦିବସରେ ନକଲି ଯବାନ ଅଟକ…..

ରିପୋର୍ଟ କାର୍ଡ / ପୁରୀ

ସ୍ବାଧୀନତା ଦିବସ ପାଳନ ଅବସରରେ ତାଳବଣିଆ ପରେଡ ପଡ଼ିଆରୁ ଜଣେ ନକଲି ଯବାନକୁ ପୋଲିସ ଅଟକରଖିଛି । ସାମ୍ବାଦିକଙ୍କ ଚୌକିରେ ବସିଥିବାବେଳେ କାବୁ କରିଛି ପୋଲିସ । ଯୁବକଜଣକ କୁମ୍ଭାରପଡ଼ା ଅଞ୍ଚଳର ବୋଲି ସୂଚନା ମିଳିଛି। କିଏ ଓ କାହିଁକି ଯବାନ ବେଶରେ ଆସିଥିଲେ ତାହା ଜଣାପଡ଼ିନାହିଁ। ପରେଡ ପଡ଼ିଆ ଏନସିସି ଅଫିସର ସନ୍ଦେହରେ ନକଲି ଯବାନଙ୍କ ସହିତ କଥାବାର୍ତ୍ତା କରିଥିଲେ। କଥାବାର୍ତ୍ତା ସମୟରେ ସେ ଜଣେ ନକଲି ଯବାନ ବୋଲି ଜଣାପଡ଼ିଥିଲା। ତାଙ୍କ ୟୁନିଫର୍ମରେ ସୁନିଲ କୁମାର ଲେଖାଯାଇଥିଲା। ନକଲି ଯବାନଙ୍କୁ ଅଟକ ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଏସପି ସୁଶୀଲ ମିଶ୍ର କହିଛନ୍ତି |

 

 

Breaking News