Report Card Odisha

| Daily Odia News

ବାଜପେୟୀଙ୍କ ନେତୃତ୍ବରେ ଭାରତ ଖୁବ୍‌ ଉପକୃତ ହୋଇଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ୫ମ ଶ୍ରାଦ୍ଧବାର୍ଷିକୀ | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିକହିଛନ୍ତି -ବାଜପେୟୀଙ୍କ ନେତୃତ୍ବରେ ଭାରତ ଖୁବ୍‌ ଉପକୃତ ହୋଇଛି | ବାଜପେୟୀଙ୍କ ସ୍ମାରକୀସ୍ଥଳ ‘ସଦୈବ ଅଟଳ’ରେ ଆୟୋଜିତ ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ କେନ୍ଦ୍ର କ୍ୟାବିନେଟ୍‌ର ଅନେକ ମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହିତ ଯୋଗ ଦେଇଥିଲେ। ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ମ‌ୋଦୀ ‘ଏକ୍ସ’ କରି (ଟୁଇଟ୍‌) କହିଛନ୍ତି, ଭାରତର ଅଗ୍ରଗତିକୁ ପ୍ରୋତ୍ସାହିତ କରି ବ୍ୟାପକ କ୍ଷେତ୍ରରେ ଦେଶକୁ ଏକବିଂଶ ଶତାବ୍ଦୀକୁ ଘେନିଯିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଅତୁଳନୀୟ ଅଟଳଜୀଙ୍କ ପୂଣ୍ୟତିଥିରେ ଭାରତର ୧୪୦ କୋଟି ଜନତାଙ୍କ ସହିତ ମିଶି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଉଲ୍ଲେଖଯୋଗ୍ୟ, ୧୯୨୪ରେ ଗୋଆଲିୟର୍‌ରେ ଜନ୍ମିତ ବାଜପେୟୀ ୧୯୯୬ ମେ’ ୧୬ରୁ ୧୯୯୬ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଓ ପୁଣି ୧୯୯୮ ମାର୍ଚ ୧୯ରୁ ୨୦୦୪ ମେ ୨୨ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ୯୩ ବର୍ଷ ବୟସରେ ୨୦୧୮ ଅଗଷ୍ଟ ୧୬ରେ ଦିଲ୍ଲୀର ‘ଏମ୍‌ସ୍‌ ହସ୍ପିଟାଲ୍‌’ରେ ତାଙ୍କର ଦେହାନ୍ତ ହୋଇଥିଲା।

Breaking News
ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ, ୨ ଯୁବକ ଥାନାରେ ଅଟକ .  ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ ମହିଳା . ମହାନଦୀରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର . ବିଜେଡି ନେତା ଏନ୍‌.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଗିରଫ ପରୱାନା ଜାରି. ରାଜ୍ୟରେ ୧୫ରୁ ବଢିବ ଶୀତ . ଭରତପୁର ଥାନା ମାମଲା : ଆସିଲା ପଲିଗ୍ରାଫ୍‌ ପରୀକ୍ଷା ରିପୋର୍ଟ . ଟ୍ରେଡିଂ ଆପ୍‌ ପାଇଁ ଟ୍ରେନ୍‌ ଆଗକୁ ଡେଇଁଲେ ଯୁବକ . ଝାମ୍ପି ନେଲେ ସୁନା ଚେନ . ଓଲଟିଲା ପିଆଜ ବୋଝେଇ ଟ୍ରକ୍. ଆଜିଠାରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି' . ଭୁବନେଶ୍ୱରରେ ୱାକଫ୍ ବୋର୍ଡ ସଂସଦୀୟ ଯୁଗ୍ମ କମିଟି ବୈଠକ . ପୋଲିସ ପୋଷାକରେ ଡକାୟତି, ୩ ଗିରଫ . ଶ୍ରୀକ୍ଷେତ୍ରରେ ଆଜିଠୁ ମହାପଞ୍ଚୁକ ବ୍ରତ . ୟୁଟ୍ୟୁବରେ ବିଧାୟକଙ୍କୁ ଆକ୍ଷେପ କରୁଥିଲେ, ବନ୍ଧା ହେଲେ ଯୁବକ . ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ . ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ .