Report Card Odisha

| Daily Odia News

ମନ୍ଦିରରେ ଅଟ୍ଟାଳିକା କାନ୍ଥ ଭୁଶୁଡି ୫ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧୁରାର ବାଙ୍କେ ବିହାରୀ ମନ୍ଦିର ନିକଟରେ ଏକ ପୁରୁଣା ଅଟ୍ଟାଳିକାର କିଛି ଅଂଶ ଶ୍ରଦ୍ଧାଳୁଙ୍କ ଉପରେ ଖସି ଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି। ଲଖନଉରେ ଅଧିକାରୀଙ୍କ କହିବାନୁଯାୟୀ,ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଅଧିକାରୀଙ୍କୁ ଆହତଙ୍କ ଆବଶ୍ୟକୀୟ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ଏହି ଘଟଣା ଗତକାଲି ସନ୍ଧ୍ୟାରେ ଘଟିଥିଲା। ପୁଲିସ କହିବାନୁଯାୟୀ, ବାଲକୋନୀର ଏକ ବଡ ଅଂଶ ସେଠାରୁ ଅତ୍ରିକମ କରୁଥିବା ଶ୍ରଦ୍ଧାଳୁଙ୍କ ଉପରେ ଖସିପଡିଥିଲା। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଥିବା ସମୟରେ ଅଟ୍ଟାଳିକାର ଏକ କାନ୍ଥ ଭୁଶୁଡି ପଡିଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ସମେତ ୫ ଜଣ ରହିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

 

Breaking News