ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରୋ ଚନ୍ଦ୍ରଯାନ-୩ର ଆଉ ଏକ କକ୍ଷପଥ ପରିବର୍ତ୍ତନ ସମ୍ପନ୍ନ କରିଛି |ଚନ୍ଦ୍ରର ପ୍ରାୟ ବୃତ୍ତାକାର ୧୫୩ କିମି x ୧୬୩ କିମି କକ୍ଷପଥରେ ସ୍ଥାପନ କରିଛି। ମହାକାଶଯାନର ‘ବିକ୍ରମ’ ଲ୍ୟାଣ୍ଡର୍ ମଡ୍ୟୁଲ୍, ପ୍ରପଲସନ ମଡ୍ୟୁଲ୍ ଠାରୁ ସଫଳତାର ସହିତ ଅଲଗା ହୋଇଛି | ‘ବିକ୍ରମ’ ଲ୍ୟାଣ୍ଡର୍ ମଡ୍ୟୁଲ୍ ମଧ୍ୟରେ ରହିଛି ‘ପ୍ରଜ୍ଞାନ’ ଯାହା ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପରେ ସେଥିରୁ ବାହାରକୁ ଆସିବ। ଇସ୍ରୋ କହିଛି, ଆଜିର କକ୍ଷପଥ ପରିବର୍ତ୍ତନ ପରେ ଚନ୍ଦ୍ରଯାନ-୩ର ଚନ୍ଦ୍ର-ବନ୍ଧିତ ମାନିଉଭର ଶେଷ ହୋଇଛି। ଆଉ ୭ ଦିନ ପରେ ଅଗଷ୍ଟ ୨୩ରେ ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଆସନ୍ତାକାଲି (୧୮ ଅଗଷ୍ଟ) ‘ବିକ୍ରମ’ ଲ୍ୟାଣ୍ଡର୍ ମଡ୍ୟୁଲ୍ ଚନ୍ଦ୍ରର ଆହୁରି ନିକଟତର ହେବ। ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ ମିନିଟରେ ଚନ୍ଦ୍ରଯାନ ସହଜ ଅବତରଣ (ସଫ୍ଟ ଲ୍ୟାଣ୍ଡିଂ) କରିବ ବୋଲି ସୂଚନା ମିଳିଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….