ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଜ୍ୟୋତିପ୍ରକାଶ ଦାସ ହୋଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି। ଆଇଜିଆର୍ (ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ) ଜ୍ୟୋତିପ୍ରକାଶ ଦାସଙ୍କୁ ବୋର୍ଡ ସଭାପତି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ବୋର୍ଡ ସଭାପତି ଥିବା ରାମାଶିଷ ହାଜରାଙ୍କୁ ପ୍ରାଣୀ ସଂପଦ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ପ୍ରାଣୀ ସଂପଦ ବିଭାଗରେ ନିର୍ଦ୍ଦେଶକ ଥିବା ଆଇଏଏସ୍ ଅଫିସର ଡକ୍ଟର ୟେଦୁଲା ବିଜୟଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।






More Stories
ସରିଲା ମାଟ୍ରିକ ଖାତାଦେଖା…..
ଗ୍ୟାସ୍ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ…..
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..