ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶରତ ନାୟକଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କଲା ବିଜେଡି । ଆଜି ଶରତଙ୍କୁ ନିଲମ୍ବନ କରିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି । ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଥିଲେ ଶରତ ନାୟକ । ମାହାଙ୍ଗାର ମୃତ ମାଟ୍ରିକ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ମାମଲାରେ ଶରତଙ୍କର ଏକ ଅଡିଓ ରେକର୍ଡ଼ିଂ ଭାଇରାଲ ହୋଇଥିଲା । ସମ୍ପୃକ୍ତ ଘଟଣାରେ ବିଜେଡି ନେତା ଶରତ ନାୟକଙ୍କ ଲିଙ୍କ ଥିବା ଚର୍ଚ୍ଚା ହେଉଛି । ଆଇଆଇସିଙ୍କୁ କହି ମାମଲାକୁ ରଫାଦଫା କରିଦେବା ପାଇଁ ୭୦ହଜାର ଟଙ୍କା ମାଗୁଥିଲେ ଶରତ । ଭାଇରାଲ ରେକର୍ଡ଼ିଂରେ ମୃତ ଛାତ୍ରୀଙ୍କ ମା’ଙ୍କୁ ଟଙ୍କା ମାଗୁଥିବା ଜଣାପଡିଥିଲା । ଯାହାକୁ ନେଇ ଦଳ ଆଜି ତାଙ୍କୁ ନିଲମ୍ବନ କରିଛି ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..