ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନାଇଟ୍ କ୍ଲବରେ ଜଣେ ମହିଳାଙ୍କ ସହ ଅସଦାଚରଣ ଅଭିଯୋଗରେ ଜଣେ ଆଇପିଏସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଗୋଆରେ ଗତ ସପ୍ତାହରେ ଏକ ନାଇଟ୍ କ୍ଲବରେ ଜଣେ ମହିଳାଙ୍କ ସହ ଅସଦାଚରଣ ଅଭିଯୋଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୋଆରେ ପୋଷ୍ଟ ହୋଇଥିବା ଆଇପିଏସ୍ ଅଧିକାରୀ ଏ କୋଆନଙ୍କୁ ନିଲମ୍ବନ କରିଛି । ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ଆଦେଶରେ ଦର୍ଶାଯାଇଛି ଯେ ଆଇପିଏସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ଏଜିଏମୟୁଟି କ୍ୟାଡରର ୨୦୦୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଏ କୋଆନଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଗୋଆ ସରକାରଙ୍କ ତରଫରୁ ମନ୍ତ୍ରଣାଳୟକୁ ପ୍ରାଥମିକ ଅନୁସନ୍ଧାନ ରିପୋର୍ଟ ଦିଆଯିବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି।






More Stories
ମୋ ଝିଅକୁ ଫାଶୀ ଦିଅ…..
ଜୀବନ ନେଉଛି ଫ୍ଲୁ…..
ଅଶୋଧିତ ତୈଳ ଉପରୁ କଟକଣା ହଟାଇଲା ଆମେରିକା…..