ରିପୋର୍ଟ କାର୍ଡ / ଭୁବନେଶ୍ବର
ବନ୍ଦ ଘର ଭିତରୁ ୨ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ଦୁଇଜଣ ମଇଁଷି କର୍ମଚାରୀ ବୋଲି ଜଣାପଡ଼ିଛି। ମୃତକ ହେଲେ ସୁଶାନ୍ତ ଦାସ ଓ ଜଗବନ୍ଧୁ ବେହେରା । ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ ମଇଁଷି ଫାର୍ମର ମାଲିକ ସୁଶାନ୍ତ ଓ ଜଗବନ୍ଧୁଙ୍କ ସହ କଥା ହୋଇଥିଲେ। ପରେ ରାତି ପ୍ରାୟ ଗୋଟାଏ ୪୦ ମିନିଟ୍ ସମୟରେ ସୁଶାନ୍ତ ଓ ଜଗବନ୍ଧୁ ବି ମାଲିକଙ୍କୁ ଫୋନ୍ କରିଥିଲେ। ମାଲିକ ଶୋଇପଡ଼ିଥିବାରୁ ସେ ଫୋନ୍ ଉଠାଇ ପାରି ନଥିଲେ। ସକାଳେ ସୁଶାନ୍ତ ଓ ଜଗବନ୍ଧୁକୁ ଫୋନ୍ କରିଥିଲେ। ହେଲେ ସେମାନେ କେହି ଉଠାଇ ନଥିଲେ। ସେ ନିଜ ମଇଁଷି ଫାର୍ମ ନିକଟକୁ ଆସି କବାଟ ବାଡେଇ ସୁଶାନ୍ତ ଓ ଜଗବନ୍ଧୁଙ୍କୁ ଡାକିଥିଲେ। ହେଲେ କେହି କବାଟ ଖୋଲି ନଥିଲେ। ପରେ ଫାର୍ମ ମାଲିକ ପୁଲିସକୁ ଫୋନ୍ କରିଥିଲେ। ପୋଲିସ ପହଞ୍ଚି କବାଟ ଭାଙ୍ଗି ସୁଶାନ୍ତ ଓ ଜଗବନ୍ଧୁଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।






More Stories
ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା…..
ବିଜେଡିରେ ସୁଜାତା ସାମିଲ;ବିଜେଡି ୨ ଫାଳ!….
ମାଗଣା ମିଳିବ ସ୍କୁଲ୍ ବ୍ୟାଗ୍……