ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନରେ ଆମେଥି ଆସନରୁ ପ୍ରାର୍ଥୀ ହେବେ ବୋଲି ଉତ୍ତରପ୍ରଦେଶ କଂଗ୍ରେସର ନବନିଯୁକ୍ତ ସଭାପତି ଅଜୟ ରାୟ କହିଛନ୍ତି। ସେହିପରି ଯଦି ପ୍ରିୟଙ୍କା ଗାନ୍ଧୀ ଭଦ୍ର ଆସନ୍ତା ଲୋକସଭା ନିର୍ବାଚନରେ ବାରାଣସୀରୁ ପ୍ରାର୍ଥୀ ହେବେ ତେବେ ଉତ୍ତରପ୍ରଦେଶର ସମସ୍ତ କଂଗ୍ରେସ କର୍ମୀ ତାଙ୍କ ପାଇଁ ପ୍ରଚାର କରିବେ ବୋଲି ଅଜୟ କହିଛନ୍ତି। ସୂଚନାଥାଉ କି ଅଜୟ ରାୟ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ବାଣାଣସୀରୁ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପରାସ୍ତ ହୋଇଥିଲେ। ଗୁରୁବାର ଅଜୟଙ୍କୁ ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ରାହୁଲ ଗାନ୍ଧୀ ୨୦୦୪ରୁ ଆମେଥି ଲୋକସଭା ଆସନରୁ କ୍ରମାଗତ ଭାବେ ବିଜୟୀ ହୋଇ ଆସିଥିଲେ। ତେବେ ୨୦୧୯ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିଲେ ରାହୁଲ। ସ୍ମୃତିଙ୍କୁ ସମାଲୋଚନା କରି ଅଜୟ କହିଥିଲେ ନିର୍ବାଚନ ପ୍ରଚାର ସମୟରେ ଆମେଥିବାସୀଙ୍କୁ କିଲୋପ୍ରତି ୧୩ଟଙ୍କା ଦରରେ ଚିନି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ବର୍ତ୍ତମାନ ଯାଏ ସେ ନିଜ ପ୍ରତିଶ୍ରୁତି ପାଳନ କରି ନାହାନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..