Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଇଡି ସମନ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଛି ଇଡି ସମନ। ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଘେରିଛି ଇଡି। ଏହି ମାମଲାରେ ଗତ ୧୪ ତାରିଖରେ ରାଞ୍ଚିର ଇଡି ଅଫିସରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଥିବା ବେଳେ ହେମନ୍ତ ସୋରେନ ଏହାକୁ ଏଡ଼ାଇ ଯାଇଥିଲେ। ତେଣୁ ତାଙ୍କୁ ପୁଣି ଥରେ ସମନ ଜାରି କରାଯାଇ । ଆସନ୍ତା ୨୪ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ ଗତ ୧୪ ତାରିଖରେ ଜମି ଦୁର୍ନୀତି ମାମଲାରେ ସୋରେନଙ୍କୁ ପଚରାଉଚରା ପାଇଁ ଡାକିଥିଲା ଇଡି। କିନ୍ତୁ ଇଡି ସମ୍ମୁଖରେ ହାଜର ହୋଇ ନ ଥିଲେ ହେମନ୍ତ ସୋରେନ । ଏହାପରେ ଇଡି ପକ୍ଷରୁ ତାଙ୍କୁ ପୁଣି ଥରେ ସମନ ଜାରି କରାଯାଇଥିବା ସୂଚନା ମିଳିଛି |

Breaking News