ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ଜଣେ ସାମ୍ବାଦିକଙ୍କୁ ତାଙ୍କ ବାସଭବନରେ ଗୁଳିମାରି ହତ୍ୟା କରାଯିବା ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି | ବିମଳଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ଏହି ହତ୍ୟା ଘଟଣାରେ ଥାନାରେ ମାମଲା ରୁଜୁ କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ୮ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା କଥା ‘ଏଫ୍ଆଇଆର୍’ରେ ଉଲ୍ଲେଖ ଅଛି। ସେମାନଙ୍କ ମଧ୍ୟରୁ ୪ଜଣ ଧରାପଡ଼ିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି | ମିଳିଥିବା ସୂଚନା ଅନୁସାରେ, ୨୦୧୯ରେ ଅଭିଯୁକ୍ତ ବିମଳ ଯାଦବଙ୍କ ସାନଭାଇଙ୍କୁ ମଧ୍ୟ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡର ଏକମାତ୍ର ସାକ୍ଷୀ ଥିଲେ ବିମଳ। ସେ ଦେଇଥିବା ବୟାନ ବଦଳାଇବା ଲାଗି ତାଙ୍କ ଉପରେ ଚାପ ପକାଯାଉଥିଲା।






More Stories
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..
ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ…..
ପାକିସ୍ତାନରେ ଆଲୋଚନାକୁ ଇରାନର ମନା…..